Football

ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡ଼ାରେ ବାଳିକା ଫୁଟବଲ୍ ଦଳ ବିଜୟୀ

(ଅନୁସ୍ୱୟା): ମହାରାଷ୍ଟ୍ରର ପୁନେରେ ଚାଲିଥିବା ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ଫୁଟବଲ୍ ବିଜୟ ହାସଲ କରିଛି । ମ୍ୟାଚରେ ଓଡ଼ିଶା ଓ କେରଳ ମୁହାଁମୁହିଁ ହୋଇଥିଲେ । ୧୭ ବର୍ଷରୁ କମ୍ ବାଳିକା ଫୁଟବଲ୍ ଦଳ ତୃତୀୟ ଲିଗ ମ୍ୟାଚରେ ୫-୧ଗୋଲରେ କେରଳକୁ ପରାସ୍ତ କରଛିି । ପ୍ରଥମାର୍ଧରେ ୮.୫୦ ମିନିଟ୍ରେ ଦୀପା ନାଏକ ପ୍ରଥମ ଗୋଲ ଦେଇଥିଲେ ।ପୁଣି ୪୨ ମିନିଟରେ ମନୀଷା ନାଏକ, ଦ୍ବିତୀୟାର୍ଧର ଅତିରିକ୍ତ ସମୟରେ ଦୀପା ନାଏକ ଅନ୍ୟ ଏକ ଗୋଲ ଦେଇଥିଲେ । ସୁସ୍ମିତା ତନ୍ତୀ ୫୨ମିନିଟରେ , ବନ୍ୟା କବିରାଜ ୭୬ମିନିଟରେ ଗୋଲ ଦେଇ ବଡ଼ ବିଜୟ ହାସଲ କରିଛନ୍ତି । ଏହି ବିଜୟ ସହିତ ଓଡ଼ିଶା ସେମିଫାଇନାଲ୍ ପ୍ରବେଶ କରିଛି । ଆସନ୍ତା ୧୭ ଜାନୁଆରୀ ରେ ଗ୍ରୁପ ଏ ଟିମରୁ ବିଜୟୀ ଓଡ଼ିଶା ଦଳ ଗ୍ରୁପ ବି ରନର୍ସ ଅଫ ଟିମ ସେମିଫାଇନାଲ୍ ମ୍ୟାଚ ଖେଳିବେ ।

Related posts

ଡିଶା ଏଫସି ଓଡିଶାର ପ୍ରତିଭା ଟଙ୍କ ଧରବାଗଙ୍କସହ ଅଢ଼େଇ ବର୍ଷୀୟା ଚୁକ୍ତି ସ୍ୱାକ୍ଷର କରିଛି

Odisha Sports Bureau

ଗାରେଥ ବାଲେ ଆଜି ଫୁଟବଲକୁ ଅଲବିଦା କହିଛନ୍ତି

Odisha Sports Bureau

କଳିଙ୍ଗ ଷ୍ଟାଡିୟମରେ ମିଆଁମାର ବିଜୟୀ

Odisha Sports Bureau