Cricket

ଆଶଙ୍କାରେ ମିଷ୍ଟ୍ରି ସ୍ପିନରଙ୍କ ବିଶ୍ୱକପ ସ୍ୱପ୍ନ

ନୂଆଦିଲ୍ଲୀ: ଆଉ ମାତ୍ର କେଇଟା ଦିନ ପରେ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୧ । କିନ୍ତୁ ଏହା ପୂର୍ବରୁ ଭାରତକୀୟ ଦଳକୁ ଲାଗିଛି ଏକ ଶକ୍ତ ଝଟକା । ଏବେ ୟୁଏଇରେ ଚାଲିଥିବା ଆଇପିଏଲରେ କୋଲାକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁତିବା ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ନେଇ ଆସିଛି ଏହି ଦୁଃଖଦ ଖବର । ବିଶ୍ୱକପରେ ତାଙ୍କ ଖେଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତାଙ୍କ ଗୋଇଠି ଜନିତ ସମସ୍ୟା ପୁଣି ଥରେ ଦେଖାଦେଇଛି ।
ବିଶ୍ୱକପର ମାତ୍ର କିଛି ଦିନ ପୂର୍ବରୁ ବରୁଣଙ୍କ ଗୋଇଠି ଜନିତ ସମସ୍ୟା ଦେଖାଦେଇଛି । ତେଣୁ ଭାରତୀୟ ଦଳରେ ଆସନ୍ତା ଅକ୍ଟୋବର ୧୦ ତାରିଖ ସୁଦ୍ଧା ପରିବର୍ତ୍ତନ କରାଯାଇପାରେ ବୋଲି କୁହାଯାଉଛି । ତେବେ ସମସ୍ୟା ସତ୍ତେ୍ୱ ବିଶ୍ୱକପରେ ଖେଳାଇବା ପାଇଁ ନିଷ୍ପତ୍ତି ନେଇପାରେ ବୋଲି ଦଳୀୟ ପ୍ରବନ୍ଧକ ସୂଚନା ଦେଇଛନ୍ତି । ଏବେ ଆମର ଫୋକସ୍ ଟି-୨୦ ବିଶ୍ଵ କପ୍ ପାଇଁ ତାଙ୍କ ଯନ୍ତ୍ରଣାକୁ ଉପଶମ ଦେବାର ଅଛି। ବିଶ୍ଵ କପ୍ ପରେ ରିହାବ ଉପରେ ବିଚାର କରାଯିବ ବୋଲି ଜନୈକ ଅଧିକାରୀ କହିଛନ୍ତି। ବରୁଣ ଚକ୍ରବର୍ତ୍ତୀ ଏବେ ପେନ କିଲର୍ସର ସାହାରା ନେଉଛନ୍ତି। ତାଙ୍କୁ ଯନ୍ତ୍ରଣା ନିବାରକ ଔଷଧ ଦିଆଯାଉଛି। ଯଦ୍ଵାରା ସେ ଚାରି ଓଭର ବୋଲିଂ କରି ପାରିବେ। ଇଞ୍ଜେକ୍ସନରେ ଯନ୍ତ୍ରଣାରୁ ଉପଶମ ମିଳିଥାଏ। ଟିଭିରେ ତାଙ୍କର ଯନ୍ତ୍ରଣା ଜଣା ପଡୁନାହିଁ, କିନ୍ତୁ ବୋଲିଂ ନକରିବା ସମୟରେ ତାଙ୍କୁ ଯନ୍ତ୍ରଣା ହୋଇଥାଏ ବୋଲି କେକେଆରର ସହଯୋଗୀ କର୍ମଚାରୀ କହିଛନ୍ତି।

Related posts

ବିସ୍ଫୋରକ ବ୍ୟାଟସମ୍ୟାନ୍ ଟ୍ରାଭିସ୍ ହେଡ୍ କରୋନାରେ ସଂକ୍ରମିତ

Odisha Sports Bureau

ଟି-୨୦ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ : ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଇତିହାସ ସୃଷ୍ଟି କଲେ ସ୍ପିନର

Odisha Sports Bureau

ଭାରତ ଉପରେ ଭାରି ପଡିଲେ ଭାରତୀୟ ବଂଶୋଦ୍ଭବ

Odisha Sports Bureau