Cricket

ମାର୍ଚ୍ଚ ୭ରେ ରବିଚନ୍ଦ୍ରନ ଅଶ୍ଵିନ ଓ ଜୋନି ବେୟାରଷ୍ଟୋ ଖେଳିବେ ନିଜର ୧୦୦ତମ ଟେଷ୍ଟ ମ୍ୟାଚ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୭ ତାରିଖରେ ଖେଳାଯିବ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ ତଥା ଶେଷ ଟେଷ୍ଟ ସିରିଜ । ଏହି ଟେଷ୍ଟ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ଓ ଇଂଲଣ୍ଡର ବ୍ୟାଟର ଜୋନି ବେୟାରଷ୍ଟୋଙ୍କ ପାଇଁ ଐତିହାସିକ ରହିବ। ଧର୍ମଶାଳାର ଏହି ସୁନ୍ଦର ଷ୍ଟାଡିୟମରେ ଏହି ଦୁଇ ଖେଳାଳି ନିଜ ଟେଷ୍ଟ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବେ। କେବଳ ଏତିକି ନୁହେଁ ମାର୍ଚ୍ଚ ୮ ତାରିଖ ଆଉ ଦୁଇ ଖେଳାଳି ଟେଷ୍ଟ କ୍ୟାରିୟରରେ ନିଜର ୧୦୦ତମ ମ୍ୟାଚ୍ ଖେଳିବେ, ଯିଏ ଗୋଟିଏ ଦେଶର ଖେଳାଳି ଅଟନ୍ତି। ମାର୍ଚ୍ଚ ୭ ତାରିଖରେ ରବିଚନ୍ଦ୍ରନ ଅଶ୍ଵିନ ଓ ଜୋନି ବେୟାରଷ୍ଟୋଙ୍କ ପରେ ମାର୍ଚ୍ଚ ୮ ତାରିଖରେ ନ୍ୟୁଜିଲାଣ୍ଡର ମହାନ ବ୍ୟାଟର କେନ ଓ୍ଵିଲିୟମସନ ଓ ଦଳର ଦ୍ରୁତ ବୋଲର ଟିମ ସାଉଦି ନିଜ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବେ। ମାର୍ଚ୍ଚ ୮ ତାରିଖରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଦ୍ଵିତୀୟ ତଥା ଶେଷ ମ୍ୟାଚ୍ ଖେଳାଯିବ। ଉପରୋକ୍ତ ଚାରି ଖେଳାଳି ୯୯ଟି ଟେଷ୍ଟ ଖେଳି ସାରିଛନ୍ତି। ଏ ପର୍ଯ୍ୟନ୍ତ ୭୫ ଖେଳାଳି ୧୦୦ କିମ୍ବା ସେଥିରୁ ଅଧିକ ଟେଷ୍ଟ  ମ୍ୟାଚ୍ ଖେଳିଛନ୍ତି। ଏବେ ଏହି କ୍ଲବରେ ସାମିଲ ହେବାକୁ ଯାଉଛନ୍ତି ଆର ଅଶ୍ଵିନ, ଜୋନି ବେୟାରଷ୍ଟୋ, ଟିମ୍ ସାଉଦି ଓ କେନ ଓ୍ଵିଲିୟମସନ।

Related posts

ଆଉ ନଜର ଆସିବେନେ ସାଉଥ ଆଫ୍ରିକାର ଅମ୍ପାୟାର ମରାଇସ୍ ଇରାସ୍ମସ୍

Odisha Sports Bureau

୮ ବର୍ଷ ଜେଲ ପରେ ସନ୍ଦୀପ ଲାମିଛାନେଙ୍କୁ ଦ୍ୱିତୀୟ ଝଟକା; ବର୍ତ୍ତମାନ ନେପାଳ କ୍ରିକେଟ୍ ନିଲମ୍ବିତ କରିଛି

Odisha Sports Bureau

‘ଫାଦର୍ ଅଫ୍ କ୍ରିକେଟ’ : ପଡିଆକୁ ଓହ୍ଲାଇବା ମାନେ ଟିକେଟ୍ର ଦାମ୍ ଡବଲ୍ ହୋଇଯାଉଥିଲା

Odisha Sports Bureau

Leave a Comment