Cricket

ଭାରତ ବନାମ ଈଣ୍ଡିଜ ଟି ୨୦- ରୋହିତଙ୍କ ନୂଆ ରେକର୍ଡ଼ କରିବା ସମ୍ଭାବନା

 ଅସ୍ଥାୟୀ ଅଧିନାୟକ ରୋହିତ ଶର୍ମାଙ୍କୁ ଏକ ନୂଆଁ ରେକର୍ଡ଼ ସ୍ଥାପନା କରିବା ପାଇଁ ୧୧ ରନ ଆବଶ୍ୟକ ଅଛି । ରୋହିତ ୮୫ ଟି ୨୦ ମ୍ୟାଚ୍ ରେ ୨୦୯୨ ରନ ସଂଗ୍ରହ କରିଛନ୍ତି । ବିରାଟ କୋହିଲିଙ୍କ ନାମରେ ଟି-୨୦ରେ ୨୧୦୨ ରନ୍ ଅଛି । ଶିଖର ଧାୱନ ଆଉ ୨୦ ରନ୍ ଯୋଡ଼ିଲେ ଈଣ୍ଟରନ୍ୟାସନାଲ ମ୍ୟାଚ୍ ରେ ୧୦୦୦ରନ ପୂରଣ କରିବେ । ଧାୱନ ୪୧ ଟି-୨୦ ମ୍ୟାଚରେ ୯୮୦ ରନ ସଂଗ୍ରହ କରିଛନ୍ତି ।

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ଟି-୨୦ ମ୍ୟାଚ ଶୃଙ୍ଖଳାର ୨ୟ ମୁକାବିଲା ମଙ୍ଗଳବାର ଲଖନଉରେ ଖେଳାଯିବ । ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଜିତି ଟିମ ଇଣ୍ଡିଆ ଶୃଙ୍ଖଳାକୁ ନିଜ ନାମରେ କରିବାକୁ ଲକ୍ଷ୍ୟ ରଖିବ । ଭାରତ କୋଲକାତାରେ ପ୍ରଥମ ଟି-୨୦ ଜିତିଥିଲା ।

ବର୍ଷ ୨୦୧୬ରେ ବିଶ୍ୱକପ ଟି-୨୦ ପରେ ଭାରତ ୩୨ଟି ଟି-୨୦ ମ୍ୟାଚ ଖେଳିଛି, ଯେଉଁଥିରୁ ୨୨ଟିରେ ଜିତିଥିବା ବେଳେ ୯ଟିରେ ପରାସ୍ତ ହୋଇଛି । ଏକ ମ୍ୟାଚର ଫଳାଫଳ ବାହାରି ନଥିଲା । ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ ୨୫ଟି ଟି-୨୦ ଖେଳିଥିବା ବେଳେ ମାତ୍ର ୯ଟି ଜିତିଛି ଓ ୧୪ଟି ହାରିଛି । ୨୨ତମ ଭାରତୀୟ ପଡ଼ିଆ ହେବ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ (ଇକାନା) ଷ୍ଟାଡିୟମ ଯେଉଁଠାରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । ଲଖନଉର ଏହା ହେବ ୩ୟ ଷ୍ଟାଡିୟମ ଯେଉଁଠାରେ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ ।

Related posts

SA ୨୦ର ଚତୁର୍ଥ ସିଜିନ ପାଇଁ ପ୍ରିଟୋରିଆ କ୍ୟାପିଟାଲ୍ସର ନୂତନ ମୁଖ୍ୟ ପ୍ରଶିକ୍ଷକ ହେବେ ସୌରଭ ଗାଙ୍ଗୁଲି

Odisha Sports Bureau

ଟି-୨୦ ବିଶ୍ୱକପ୍‌ ଚାମ୍ପିୟନ୍‌ ଦଳକୁ ମିଳିବ ପୁଳାପୁଳା ଟଙ୍କା: ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଚେନ୍ନଇ ସୁପର କିଙ୍ଗ୍ସର ପ୍ଲେ ଅଫ୍ ଆଶା ଉଜ୍ଜିବିତ