Cricket

ମଇଦାନକୁ ଫେରିବ ସେହୱାଗ-ଯୁବରାଜଙ୍କ ଯୋଡି

ନୂଆଦିଲ୍ଲୀ: ଅବସର ପରେ ପୁଣି ଥରେ ମଇଦାନକୁ ଫେରିବେ ଭାରତର ଷ୍ଟାର ଖେଳାଳୀ ବିରେନ୍ଦ୍ର ସେହୱାଗ ଏବଂ ଯୁବରାଜ ସିଂହ । ପୁଣି ପଡିଆରେ ଦେଖିବାକୁ ମିଳିବ ଛକା-ଚୌକାର ଧମାକା । କ୍ରିକେଟର ବିସ୍ଫୋରକ ଓପନର ଭାବେ ପରିଚିତ ବୀରୁ ଏବଂ ଶେଷରେ ନିଆରା ଶୈଳୀରେ ବିସ୍ଫୋରକ ସଟ ଖେଲି ମ୍ୟାଚ ବିଜୟୀ କରାଉଥିବା ଯୁବିଙ୍କୁ ପଡିଆରେ ଦେଖିବେ ଦର୍ଶକ ।

If Ashish Nehra can make a comeback at 36, why not Yuvraj Singh: Virender  Sehwag
ଓମାନରେ ହେବାକୁ ଥିବା ଲିଜେଣ୍ଡସ ଲିଗ କ୍ରିକେଟ(ଖଖଉ) ରେ ଟିମ ଇଣ୍ଡିଆର ଦସ୍ୱବ ଖତରନାକ ଖେଳାଳୀ କମବ୍ୟାକ କରିବାକୁ ଯାଉଛନ୍ତି । ଇଣ୍ଡିଆ ମହାରାଜ ପକ୍ଷରୁ ଦୁହେଁ ଖେଳୁଥିବାର ନଜର ଆସିବେ । ଏହି ଟୁର୍ଣ୍ଣାମେଣ୍ଟ ଜାନୁୟାରୀ ୨୦ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।
ସେହଓ୍ବାଗ ଏବଂ ଯୁବରାଜଙ୍କ ବ୍ୟତୀତ ଦଳରେ ହରଭଜନ ସିଂହ, ଇରଫାନ୍ ପଠାନ, ୟୁସୁଫ ପଠାନ, ଏସ ବଦ୍ରିନାଥ, ଆର୍ପି ସିଂହ, ପ୍ରଜ୍ଞାନ ଓଝା, ନମନ ଓଝା, ମନପ୍ରୀତ ଗୋନୀ, ହେବଙ୍ଗ ବଦାନୀ, ବେଣୁଗୋପାଳ ରାୟ, ମୁନାଫ ପଟେଲ, ସଞ୍ଜୟ ବାଙ୍ଗଡ, ନୟନ ମଙ୍ଗିଆ ଏବଂ ଅମିତ ଭଣ୍ଡାରୀ ସାମିଲ ଅଛନ୍ତି ।

Road Safety World Series: India Legends beat West Indies Legends in a  thriller to enter final | Cricket News | Zee News
ସେହିଭଳି ଏସିଆ ଲାୟନ୍ସରେ ପାକିସ୍ତାନ ଏବଂ ଶ୍ରୀଲଙ୍କାର ପୂର୍ବତନ ଖେଳାଳିମାନେ ସାମିଲ ଅଛନ୍ତି । ପୂର୍ବତନ ଖେଳାଳି ସୋଲବ ଅଖତାର, ଶାହିଦ ଆଫ୍ରିଦ, ସନଥ୍ ଜୟସୁରିୟା, ମୁଥେୟା ମୁରଲିଧରନ, କାମରାନ ଆକମଲ, ଚାମିଣ୍ଡା ବାସ, ରୋମେଶ କାଲୁବିତର୍ଣ୍ଣା, ତିଲକରତ୍ନେ ଦିଲସାନ, ଅଜହର ମହମୁଦ, ଉପୁଲ ଥରଙ୍ଗା, ମିସବାହ ଉଲ ହକ୍, ମହମ୍ମଦ ହାଫିଜ, ସୋଏବ ମାଲିକ, ମହମ୍ମଦ ୟୁସୁଫ ଏବଂ ଉମାର ଗୁଲ ସାମିଲ ଅଛନ୍ତି ।

Akhtar takes a dig at Misbah's appointment

Related posts

ରୟାଲ୍ସ ଯାତ୍ରାରେ ବ୍ରେକ୍‌ ଲଗାଇଲା ହାଇଦ୍ରାବାଦ

ଆଜି ରାଜସ୍ଥାନ- ଚେନ୍ନାଇ ମୁକାବାଲା

Odisha Sports Bureau

ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ପ୍ରଶଂସକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ

Odisha Sports Bureau

Leave a Comment