Cricket

ବୁମାରଙ୍କ ପୁଅକୁ ଉପହାର ଦେଲେ ଶାହିନ ଶାହା ଆଫ୍ରିଦି , ଭିଡିଓ ହେଉଛି ଭାଇରାଲ

ବାପା ବୁମରାଙ୍କୁ ଉପହାର ଦେଇଛନ୍ତି ପାକିସ୍ତାନୀ କ୍ରିକେଟର ଶାହିନ ଆଫ୍ରିଦି । ବୁମରାଙ୍କ ପୁଅ ଅଙ୍ଗଦଙ୍କୁ ଉପହାର ଦେଇଛନ୍ତି ଆଫ୍ରିଦି । ଜସପ୍ରୀତ ବୁମରା ନିକଟରେ ବାପା ହୋଇଛନ୍ତି । ଏଥିପାଇଁ ନେପାଳ ବିପକ୍ଷ ମ୍ୟାଚ ଖେଳିନଥିଲେ ବୁମରା । ପରେ ଟିମକୁ ଫେରିଥିଲେ ବୁମରା । ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦି ଏବଂ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ କିଛି ଉପହାର ଦେଉଥିବା ପିସିବି ଟ୍ଵିଟର ହ୍ୟାଣ୍ଡେଲରେ ଦେଖିବାକୁ ମିଳିଛି । ଆଫ୍ରିଦି ବୁମରାଙ୍କୁ ବାପା ହେବାର ଅଭିନନ୍ଦନ ଜଣାଇଛନ୍ତି । ଯାହାର ଭିଡିଓ ଦେଖବାକୁ ମିଳିଛି ।

ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ ଶ୍ରୀଲଙ୍କାରେ ଖେଳାଯାଉଥିବା ମ୍ୟାଚରେ ବର୍ଷା ଲଗାତାର ବାଧକ ସାଜୁଛି । ଲଗାତାର ବର୍ଷା ହେତୁ ରବିବାର ଅନୁଷ୍ଠିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଏସିଆ କପ୍ କ୍ରିକେଟ୍ ଟୁର୍ନାମେଣ୍ଟର ସୁପର ଫୋର୍ ମ୍ୟାଚ୍ ରିଜର୍ଭ ଦିନକୁ ସ୍ଥଗିତ ରଖିବାକୁ ପଡିଥିଲା ।

Related posts

ବାରବାଟୀ ମ୍ୟାଚ୍ ପାଇଁ ଆରମ୍ଭ ହେଲା ଟିକେଟ୍ ବିକ୍ରି

Odisha Sports Bureau

ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ସେହବାଗ, ଏଦୁଲଜି, ଡି’ସିଲ୍‌ଭା

Odisha Sports Bureau

ଗାଏନାରେ ବର୍ଷା ଆଶଙ୍କା, ଖେଳ ନହେଲେ ଫାଇନାଲ ଯିବ ଭାରତ