Cricket

ଗିଲ ହୋଇପାରନ୍ତି ଟିମ ଇଣ୍ଡିଆ ଅଧିନାୟକ !

ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ତଥା ଆଇପିଏଲ ଉଦୀୟମାନ ତାରକା ଶୁବମନ ଗିଲ ହୋଇପାରନ୍ତି ଭାରତୀୟ ଦଳର ଆଗାମୀ ଅଧିନାୟକ ।ଏଭଳି କହିଛନ୍ତି ସିଲେକ୍ଟର କମିଟିର ପୂର୍ବତନ ସଦସ୍ୟ ଭୂପିନ୍ଦର ସିଂ । ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଭୂପିନଦର ୨୦୦୫ରୁ ୨୦୦୮ ପର୍ୟ୍ୟନ୍ତ ସିଲେକ୍ଟର କମିଟିର ସଦସ୍ୟ ରହିଥିଲେ ।

ଶୁଭମନ ଗିଲ୍ ଏବେ କ୍ରିକେଟ୍ର ସବୁ ଫର୍ମାଟରେ ଟିମ୍ ଇଣ୍ତିଆ ପାଇଁ ଓପନିଂ କରୁଥିବାର ନଜର ଆସିଛନ୍ତି । ଓପନିଂରେ ଧୁଆଁଧାର ଇନିଂସ ମଧ୍ୟ ଖେଳିଛନ୍ତି । ଚଳିତ ଆଇପିଏଲ୍ ସଂସ୍କରଣରେ ସର୍ବାଧିକ ରନ୍ କରି ସେ ଅରେଞ୍ଜ କ୍ୟାପ୍ ମଧ୍ୟ ହାସଲ କରିଥିଲେ । ବର୍ତ୍ତମାନ ପ୍ରଶଂସକ ତାଙ୍କୁ କ୍ୟାପ୍ଟେନ୍‌ ଭାବେ ମଧ୍ୟ ଦେଖିବାକୁ ଚାହୁଁଛନ୍ତି।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ଭୂପିନ୍ଦର କହିଛନ୍ତି ଯେ, ‘ଗିଲ୍ ଜଣେ ପ୍ରତିଭାବାନ ଖେଳାଳି । ସେ ଆଗାମୀ ଦିନରେ ବ୍ୟାଟିଂ ସେନ୍ସେସନ୍ ପାଲଟିବେ । ତେବେ ସେ କ୍ୟାପ୍ଚେନସିପ୍ ଭାର ନେବେ କି ନାହିଁ ଏତେ ଶୀଘ୍ର ଅନୁମାନ କରିହେବ ନାହିଁ । ମୁଁ ଚାହୁଁନି କି ସେ କ୍ୟାପ୍ଟେନ୍ ଦୌଡ଼ରେ ପଡ଼ନ୍ତୁ । ଗିଲ୍ ଆଗାମୀ ଦିନରେ ଟିମ୍ ଇଣ୍ତିଆର ବ୍ୟାଟିଂ ଲିଜେଣ୍ତ ହୁଅନ୍ତୁ ବୋଲି ଆଶା କରୁଛି । ପରବର୍ତ୍ତୀ ସମୟରେ ସେ ନିଜକୁ ଭଲ କ୍ୟାପ୍ଟେନ୍ ଭାବେ ବିକାଶ କରିପାରିବେ’ ।

Related posts

ମହିଳା ପ୍ରିମିୟର ଲିଗ ପାଇଁ ଆଜି ହେଉଛି ନିଲାମୀ

Odisha Sports Bureau

ସହିଦଙ୍କ ନାମରେ ଆଇପିଏଲ୨୦୧୯ର ଉଦଘାଟନୀ ସମାରୋହ

Odisha Sports Bureau

ଭାରିପଡିଲା ଶ୍ରୀଲଙ୍କା ବୋଲର; ୧୫୭ ରନରେ ଇଂଲଣ୍ଡ ଅଲଆଉଟ

Odisha Sports Bureau