Cricket

୩୦୦୦ ରନ କରି କୋହଲିଙ୍କୁ ପଛରେ ପକେଇଲେ ଶୁଭମନ ଗିଲ

ଜୟପୁର: ଗୁଜୁରାଟ ଟାଇଟାନ୍ସର ଅଧିନାୟକ ଶୁଭମନ ଗିଲ ଆଇପିଏଲ ଇତିହାସରେ ରଚିଉନ୍ତି ନୂଆ ରେକର୍ଡ । ଏପ୍ରିଲ ୧୦ ରେ ଖେଳାଯାଇଥିବା ଆଇପିଏଲ ସୃଷ୍ଟି କରିଛନ୍ତି ମାଇଲ ଖୁଣ୍ଟ । ସେ ଆଇପିଏଲରେ ୩୦୦୦ ରନ କ୍ଲବରେ ପହଞ୍ଚିବାରେ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି । ଏହାସହ ଶୁଭମନ ଗିଲ ତାଙ୍କ ନାମ ଇଣ୍ଡିଆନ ପ୍ରିମିୟର ଲିଗର ରେକର୍ଡ ବୃକରେ କରିଛନ୍ତି ଏଣ୍ଟ୍ରି । ଏହି ରୋମାଞ୍ଚକର ମ୍ୟାଚରେ ୩ ୱାକେଟ ହରାଇ ଶେଷ ବଲରେ ଆଶ୍ଚର୍ଯ୍ୟଜନ ଭାବେ ବିଜୟୀ ହୋଇଛି ଗୁଜୁରାଟ ଟାଇଟାନ୍ସ । ମ୍ୟାଚରେ ପ୍ରଥମେ ଖେଳି ରାଜସ୍ଥାନ କରିଥିଲା ୧୯୬ ରନ । ତେବେ ଏହି ମ୍ୟାଚ ଜରିଆରେ ୨୪ ବର୍ଷୀୟ ଶୁଭମନ ଗିଲ ୩୦୦୦ ରନ ସ୍କୋର କରିବାରେ ବଡ ସଫଳତା ହସଲ କରିଛନ୍ତି । ତେବେ ପୂର୍ବରୁ ଏହି ରେକର୍ଡର ଅଧିକାରୀ ଥିଲେ କିଙ୍ଗ କୋହଲି । ତେବେ ଏହି ରେକର୍ଡ ଭାଙ୍ଗି ଗିଲ ନିଜ ନାଁରେ କରିଛନ୍ତି ।ତେବେ ଆଇପିଏଲେରେ ୩୦୦୦ରନ ସ୍କୋର କରିଥିବା ଗିଲ ଖେଳିଛନ୍ତି ୯୪ ଟି ଇଂନିସ । ଏବେ ସେ ହୋଇଛନ୍ତି ୪ର୍ଥ ଦ୍ରୁତତମ ଖେଳାଳି ଯିଏକି ଆଇପିଏଲ ଇତିହାସରେ ସବୁଠାରୁ କମ ଇନିଂସରେ ୩୦୦୦ ରନ ସ୍କୋର କରିଛନ୍ତି ।

Related posts

ଆଜି ଘୋଷଣା ହେବ ଭାରତୀୟ ଟିମ

Odisha Sports Bureau

ବାର୍ଷିକ ଅପଡେଟ୍ ଜାରି କରିଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ

Odisha Sports Bureau

ଆଇପିଏଲ ନିଲାମ ପୂର୍ବରୁ ଶାର୍ଦ୍ଦୁଲ ଠାକୁରଙ୍କ ସମେତ ପାଞ୍ଚ ଖେଳାଳିଙ୍କ ଉପରେ ଝୁଲିଲା ଖଣ୍ଡା; ରିଲିଜ କରିବାକୁ ପ୍ରସ୍ତୁତ ହେଉଛି ଦଳ

Odisha Sports Bureau