Cricket

ମହିଳା ପ୍ରିମିୟର ଲିଗ ପାଇଁ ଆଜି ହେଉଛି ନିଲାମୀ

ମହିଳା ପ୍ରିମିୟର ଲିଗ ପାଇଁ ଖେଳାଳୀ ନୀଲାମୀ ହୋଉଛି । ଗତବର୍ଷ ମହିଳା ପ୍ରିମିୟର ଲିଗ ଆରମ୍ଭ ହୋଇଥିଲା । ମହିଳା ପ୍ରିମିୟର ଲିଗ ନିଲାମୀରେ ସବୁଠାରୁ ଦାମୀ ଖେଳାଳୀ ହୋଉଛନ୍ତି ସ୍ମୃତି ମନ୍ଧାନା । ଗତ ବର୍ଶ ପ୍ରମିୟମ ଲିଗ୍ ନିଲାମୀରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସ୍ମୃତି ମନ୍ଧନାଙ୍କୁ ୩.୪୦ କୋଟି ଟଙ୍କାରେ କିଣିଥିଲା ।

ଯଦି ପ୍ରଦର୍ଶନ କଥା କହିବା ତେବେ ଗତବର୍ଷ ସ୍ମୃତିଙ୍କ ପ୍ରଦର୍ଶନ ସବୁଠାରୁ ଖରାପ ଥିଲା । ଗତବର୍ଷ ସବୁଠାରୁ ଅଧିକ ରନ କରିଥିବା ୧୫ ଖେଳାଳୀଙ୍କ ମଧ୍ୟରେ ମଧ୍ୟ ସ୍ମୃତି ସ୍ଥାନ ପାଇ ନଥିଲେ । ଏହାସହ ସମୁଦାୟ ସିରିଜରେ ସେ ଗୋଟିଏ ବି ଅର୍ଦ୍ଧଶତକ କରିବାରେ ସଫଳ ହୋଇ ନଥିଲେ । ସେ ଆରସିବି ତରଫରୁ ୮ ଟି ମ୍ୟାଚ ଖେଳି ମୋଟ ୧୪୯ ରନ କରିବାରେ ସକ୍ଷମ ହୋଇଥିଲେ । ପୁରା ସିଜିନରେ ସେ ୨୨ ଟି ଚୌକା ଓ ୩ଟି ଛକ୍କା ମାରିଥିଲେ ।

ସେପଟେ ସ୍ମୃତିଙ୍କ ଖରାପ ପ୍ରଦର୍ଶନର ପ୍ରଭାବ ଦଳ ଉପରେ ପଡିଥିଲା । ଗତବର୍ଷ ଆରସିବି ୮ଟି ମ୍ୟାଚ ଖେଳି ମାତ୍ର ୨ଟି ମ୍ୟାଚରେ ବିଜୟୀ ହୋଇଥିଲା । ଏହି କାରଣରୁ ଦଳ ପ୍ଲେ ଅଫରୁ ବାଦ ପଡିଥିଲା ।

Related posts

୩୦୦୦ ରନ କରି କୋହଲିଙ୍କୁ ପଛରେ ପକେଇଲେ ଶୁଭମନ ଗିଲ

Odisha Sports Bureau

ମ୍ୟାନ୍ ଅଫ୍ ଦ ସିରିଜ୍ ମିଳିବା ପରେ ଉତ୍ସାହିତ ହୋଇ ଶିଶୁ ଫ୍ୟାନ୍ସଙ୍କୁୁୁ ନିଜ ବାହୁରେ ତୋଳି ଧରିଥିଲେ ଧାୱନ୍

Odisha Sports Bureau

ଚେନ୍ନାଇ ସୁପର କିଙ୍ଗସକୁ ୩ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ

Odisha Sports Bureau