Cricket

ମଇଦାନରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ ଏକାଦଶ ପଞ୍ଜାବ

(ଓଡିଶା ସ୍ପୋର୍ଟସ): ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୨୨ତମ ମ୍ୟାଚରେ ଆଜି ସନରାଇଜର୍ସ ହାଇଦ୍ରାବାଦ୍‌ ଓ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେବେ। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଡେଭିଡ୍‌ ୱାର୍ଣ୍ଣର ଓ ଲୋକେଶ ରାହୁଲଙ୍କ ପାଇଁ କଡା ପରୀକ୍ଷା ସଦୃଶ ହୋଇଛି। ଡେଭିଡ୍‌ ୱାର୍ଣ୍ଣରଙ୍କ ନେତୃତ୍ବାଧିନ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଦଳରେ ଏକାଧିକ ତାରକା ଖଚିତ ଖେଳାଳି ରହିଥିଲେ ମଧ୍ୟ ଦୁଇ ଦଳ ବିଶେଷ ସଫଳତା ହାସଲ କରିପାରୁନାହିଁ। ଦଳ ୫ଟି ମ୍ୟାଚରୁ ୨ଟି ବିଜୟ ଓ ୩ଟି ପରାଜୟ ସହ ୪ ପଏଣ୍ଟ ହାସଲ କରିଛି। ବ୍ୟାଟିଂରେ ଡେଭିଡ୍‌ ୱାର୍ଣ୍ଣର, କେନ୍ ୱିଲିୟମସନ,ମନୀଷ ପାଣ୍ଡେ, ଜନି ବେୟାରଷ୍ଟ୍ରୋ, ପ୍ରିୟମ ଗର୍ଗଙ୍କ ଭଳି ଖେଳାଳି ରହିଥିଲେ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହେଉଛନ୍ତି । ବୋଲିଂରେ ଭୁବନେଶ୍ବର କୁମାର ଆହତ ହେବା ଦଳ ପାଇଁ ଚିନ୍ତାର ବିଷୟ ହୋଇଛି। ଭୁବନେଶ୍ବରଙ୍କ ବଦଳରେ ପୃଥ୍ବୀ ରାଜ୍‌ ସାମିଲ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆଫଗାନିସ୍ତାନ ସ୍ପିନର ରସିଦ୍‌ ଖାନ ପ୍ରଭାବି ପ୍ରଦର୍ଶନ କରୁଥିଲେ ମଧ୍ୟ ଅନ୍ୟ କୌଣସି ବୋଲରଙ୍କ ବିଶେଷ ସହାୟତା ମିଳୁନାହିଁ। ଦଳ କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପକ୍ଷରେ ବିଜୟ ନେଇ ନିଶ୍ଚିତ ଉଦ୍ୟମ କରିବ। ଅନ୍ୟପକ୍ଷରେ ଲୋକେଶ ରାହୁଲଙ୍କ ନେତୃତ୍ବାଧୀନ କିଙ୍ଗସ ଏକାଦଶ ପଞ୍ଜାବ ୫ଟି ମ୍ୟାଚରୁ ୪ଟି ପରାଜୟ ଓ ଗୋଟିଏ ବିଜୟ ସହ ମାତ୍ର ୨ ପଏଣ୍ଟ ହାସଲ କରି ଗ୍ରୁପର ଅନ୍ତିମ ସ୍ଥାନରେ ରହିଛି। ବ୍ୟାଟିଂରେ ଦୁଇ ଓପନର ଅଧିନାୟକ ରାହୁଲ ୩୦୨ରନ, ମୟଙ୍କ ଅଗ୍ରୱାଲ ୨୭୨ରନ କରିଚମତ୍କାର ଫର୍ମରେ ରହିଥିଲେ ମଧ୍ୟ ଅନ୍ୟ କୌଣସି ଖେଳାଳିଙ୍କ ସହଯୋଗ ମିଳୁନାହିଁ। ଗ୍ଲେନ ମ୍ୟାକ୍ସୱେଲ, କରୁଣ ନାୟାର, ନିକୋଲାସ ପୁରଣଙ୍କ ବ୍ୟାଟିଂ ଦକ୍ଷତା ଦେଖିବାକୁ ମିଳିନାହିଁ। ରାହୁଲ ଓ ମୟଙ୍କ ବ୍ୟାଟିଂକୁ ବଞ୍ଚାଇ ରଖିଛନ୍ତି। ସେହିପରି ବୋଲିଂରେ ମହମ୍ମଦ ସାମି, ସେଲଡ୍ରନ କଟ୍ରେଲ ଓ ଜିମ୍ମି ନିଶାମ ପ୍ରମୁଖ ରହିଛନ୍ତି। ସ୍ପିନର ଭାବେ ମୁରୁଗାପ୍ପା ଅଶ୍ବିନ, ରବି ବିଷ୍ଣୋୟି ଓ ମିଡ଼ିୟମ ଫାଷ୍ଟ ବୋଲର କ୍ରିସ୍ ଜୋର୍ଡାନ ରହିଛନ୍ତି। ଦଳ ନିକଟରେ ମ୍ୟାଚ ବିଜେତା ବ୍ୟାଟ୍ସମ୍ୟାନ, ବୋଲର ଓ ଅଲ୍‌ରାଉଣ୍ଡର ରହିଥିଲେ ମଧ୍ୟ ଦଳ ବିଜୟ ନେଇ ସଂଘର୍ଷ କରୁଛି। ସନ୍‌ରାଇଜ୍‌ସ ହାଇଦ୍ରାବାଦ୍‌ ବିପକ୍ଷରେ ଭଲ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଉପରକୁ ଉନ୍ନୀତ ହେବା ନେଇ ଦଳ ଉଦ୍ୟମ କରିବ।

Related posts

ବିସିସିଆଇ ପକ୍ଷରୁ ବିରାଟଙ୍କୁ ସମ୍ମାନିତ

ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଆଗାମୀ ଆଇପିଏଲ୍‌ ସଂସ୍କରଣରେ ଖେଳିବା ନେଇ ଆଶଙ୍କା

Odisha Sports Bureau

ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ

Odisha Sports Bureau