Cricket

ଜୟପୁର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୯ମ ମ୍ୟାଚ

ଧୁମ ଧାମରେ ଚାଲିଛି ଆଇପିଏଲ ୨୦୨୪ ର ୧୭ ତମ ସଂସ୍କରଣ ।ଆଜି ରାଜସ୍ଥାନ ଜୟପୁର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୯ମ ମ୍ୟାଚ । ଆଉ ଏଥିରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ରାତି ୮ଟାରେ ଖେଳାଯିବ ଏହି ମ୍ୟାଚ । କିନ୍ତୁ ଚଳିତ ଆଇପିଏଲରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜସ୍ଥାନ ମାତ୍ର ଗୋଟିଏ ମ୍ୟାଚ ଖେଳିଛି । ଯେଉଁଥିରେ ସେ ଗତ୨୪ ତାରିଖରେ ଲକ୍ଷେ୍ନø ସୁପର ଜାଏଣ୍ଟସକୁ ୨୦ ରନରେ ପରାସ୍ତ କରି ବିଜୟ ହାସଲ କରିଛି । ଯାହାଫଳରେ ରାଜସ୍ଥାନ ଟିମ ଏବେ ପଏଣ୍ଟ ଟେବୁଲରେ ୨ୟ ସ୍ଥାନରେ ରହିଛି । ପଏଣ୍ଟ ଟେବୁଲର ପ୍ରଥମରେ ଚେନ୍ନାଇ ସୁପର କିଙ୍ଗ ରହିଥିବା ବେଳେ ୨ ୟ ସ୍ଥାନରେ ରହିଛି ରାଜସ୍ଥାନ ରୟାଲ୍ସ । ତେବେ ଟିମ ବଟଲର , ଅଶ୍ୱିନୀ, ସଞ୍ଜୁ, ଟ୍ରେଣ୍ଟ ବୋଲ୍ଟ ପରି ଷ୍ଟାର ଖେଳାଳି ରହିଛନ୍ତି । ତେଣୁ ଏହି ମ୍ୟାଚରେ ମଧ୍ୟ ନିଜର ବିଜୟ ଧାରାକୁ ଜାରି ରଖିବାକୁ ଉଦ୍ୟମ କରିପାରେ ରାଜସ୍ଥାନ ରୟାଲ୍ସ ଟିମ । ସେହିପରି ଆଇପିଏଲର ୧୭ ତମ ସଂସ୍ମରଣରେ ଦିଲ୍ଲୀ କ୍ୟାପିଟାଲ୍ସ ନିଜର ପ୍ରଥମ ମ୍ୟାଚ ହାରି ସାରିଛି ଗତ ମାର୍ଚ୍ଚ ୨୩ ରେ ପଞ୍ଜାବ କିଙ୍ଗସରୁ ବିରୋଧରେ ଖେଳିଥିବା ମ୍ୟାଚରେ ୪ ୱିକେଟରେ ପରାସ୍ତ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ତେଣୁ ୨ ୟ ମ୍ୟାଚରେ ଟିମ ବିଜୟ ଧାରାକୁ ଫେରିବା ଲକ୍ଷ ରଖିବ ଏହି ଟିମ ବୋଲି କୁହାଯାଉଛି । ଏହି ଦଳରେ ପନ୍ଥ, ୱାର୍ଣ୍ଣର, ଇଶାନ୍ତ ଶର୍ମା, କୁଳଦୀପ ଯାଦବ ପରି ଷ୍ଟାର ଖେଳାଳି ରହିଥିବା ହେତୁ ଯେକୌଣସି ପରିସ୍ଥିତିରେ ବିରୋଧୀ ଟିମକୁ ଚକମା ଦେଇପାରନ୍ତି ବୋଲି କୁହାଯାଉଛି ।

Related posts

ଆଇପିଏଲ ୨୦୨୦ ଅନ୍ରିକ୍ ନର୍ଖିୟା ଶ୍ରେଷ୍ଠ ଦ୍ରୁତତମ ବୋଲର ଭାବେ ବିବେଚିତ

Odisha Sports Bureau

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ

Odisha Sports Bureau

ଭାରତକୁ ୨୩୭ ରନର ବିଜୟ ଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ