Cricket

ତିନିଜଣଙ୍କ ପାଇଁ ରହିଛି ବିଶ୍ୱକପ ଖେଳିବାର ସୁଯୋଗ

ଭୁବନେଶ୍ୱର : ଭାରତୀୟ କ୍ରିକେଟ୍ ଦଳ ଅକ୍ଚୋବର ୮ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ନିଜର ବିଶ୍ୱକପ୍ ଯାତ୍ରା ଆରମ୍ଭ କରିବ । ଏଥି ସହିତ ଭାରତ ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ଅଂଶ ଗ୍ରହଣ କରିବାକୁ ଯାଉଛି । ତେବେ ନିକଟରେ ବିସିସିଆଇ ଏସୀୟାନ ଗେମ୍ସ ପାଇଁ ତାର ଦଳ ଘୋଷଣା କରିଛି । କିନ୍ତୁ ଏହି ଦଳରେ ଆଶା କରାଯାଉଥିବା କିଛି ଖେଳାଳିଙ୍କୁ ସ୍ଥାନ ମିଳି ନାହିଁ । ତେବେ ଏପରି ପରିସ୍ଥିତିରେ ଆଗାମୀ ବିଶ୍ବକପରେ ଏହି ଖେଳାଳିଙ୍କ ନାମ ଆସିବା ନେଇ ଆଶଙ୍କା କରାଯାଉଛି ।

ଏସୀୟ କ୍ରୀଡାରେ ଶିଖର ଧାୱନ ଅଧିନାୟକ ହେବା ନିଶ୍ଚିତ ଥିଲା କିନ୍ତୁ ତାଙ୍କ ସ୍ଥାନରେ ରୁତୁରାଜ ଗାଏକ୍ୱାଡ଼ ଏହି ଦଳର ଅଧିନାୟକ ଘୋଷଣା କରିଛି ବିସିସିଆଇ । ସେହିପରି ଯଦି ଦେଖାଯାଏ ବର୍ତ୍ତମାନ ଭାରତୀୟ ଦଳର ମିଡିଲ ଅର୍ଡରରେ ଖେଳୁଥିବା ଲୋକେସ ରାହୁଲ ଓ ଶ୍ରେୟସ ଆୟର ଆହତ ଅଛନ୍ତି । ଇସନ କିଶନଙ୍କ ପ୍ରର୍ଦଶନ ମଧ୍ୟ ଆଖି ଦୃଷ୍ଟିଆ ରହିନାହିଁ । ଦିନିକିଆରେ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଯୁବ ଶୁଭମନ ଗିଲ୍ ଓପନିଂ ଭାର ସମ୍ଭାଳିବେ , ତେବେ ଏପରି ପରିସ୍ଥିତିରେ ବ୍ୟାକ-ଅପ୍ ଓପନର ଭାବେ ଶିଖର ଧାୱନଙ୍କୁ ସ୍ଥାନ ମିଳିବାର ସୁଯୋଗ ରହିଛି ।

ପୂର୍ବରୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ଶିଖରଙ୍କ ପ୍ରଦର୍ଶନ ଭଲ ମଧ୍ଯ ରହିଛି । ସେହିପରି ଇସାନ କିଶନଙ୍କ ପାଇଁ ମଧ୍ୟ ବିଶ୍ବକପରେ ସ୍ଥାନ ପାଇବାରେ ସୁଯୋଗ ରହିଛି । କାହିଁକି ନା ରିଶବ ପନ୍ଥ ଏବଂ ଶ୍ରେୟସ ଆୟର ଏପର୍ଯ୍ୟନ୍ତ ପୂର୍ଣ୍ଣ ରୂପରେ ଫିଟ୍ ହୋଇନାହାନ୍ତି । ଯାହା ଫଳରେ ଇସାନଙ୍କ ପାଇଁ ସେହି ସ୍ଥାନରେ ଖେଳିବା ସମ୍ଭବ ହୋଇପାରେ । କିଶନ ଦିନିକିଆରେ ୧୪ ଟି ମ୍ୟାଚରେ ମୋଟ ୫୧୦ ରନ କରିଛନ୍ତି । ଯେଉଁଥିରେ ବାଂଲାଦେଶ ବିପକ୍ଷ ଦିନିକିଆରେ ଏକ ଦ୍ଶିଶତକ ସାମିଲ ରହିଛି । ସେହିପରି ଯଦି ବୋଲିଂ ଉପରେ ନଜର ପକାଇବା ତେବେ ସିରାଜ ଏବଂ ଶାମି ଏହାର ନେତୃତ୍ବ ନେବେ । କିନ୍ତୁ ଯଦି ଯଶପ୍ରିତ୍ ବୁମରାହ ଆହତ କାରଣରୁ ବିଶ୍ବକପରୁ ବାଦ୍ ପଡିଲେ ତେବେ ତାଙ୍କ ସ୍ଥାନରେ ଉମରାନ ମଲିକଙ୍କ ନାମ ଦିଆଯାଇପାରେ । ତାଙ୍କୁ ୱେଷ୍ଚଇଣ୍ଡିଜ ଶୃଙ୍ଖଳାରେ ଦିନିକିଆ ଓ ଟି – ୨୦ ପାଇଁ ଦଳରେ ସାମିଲ କରାଯାଇଛି । ଉମରାନ ଦିନିକିଆରେ ୮ ଟି ମ୍ୟାଚ ଖେଳି ୧୩ ୱିକେଟ୍ ନିଜ ନାମରେ କରିଛନ୍ତି । ତେବେ ଦେଖିବାର ରହିଲା ଏହି ୩ ଖେଳାଳିଙ୍କ ଭିତରୁ କାହାକୁ ବିଶକପ୍ ଡାକରା ଆସୁଛି।

Related posts

ଉଭୟ ଇନିଂସରେ ୪୩୦ ରନ୍ ସଂଗ୍ରହ କରିଛନ୍ତି ଭାରତୀୟ ଅଧିନାୟକ ଶୁବମନ ଗିଲ

Odisha Sports Bureau

ଧୋନିଙ୍କ ଆଣ୍ଠୁ ଚିକିତ୍ସା ପାଇଁ ମୁମ୍ବାଇସ୍ଥିତ ସ୍ପୋର୍ଟ୍ସ ଆର୍ଥୋପେଡିକ୍ସ ଡାକ୍ତରଙ୍କ ପରାମର୍ଶ ନେବେ

ପୂଜାରାଙ୍କ ସହ ଯାହାହେଲା ଠିକ ହେଲାନି : ହରଭଜନ ସିଂ