Hockey

ଆଜି ଜାତୀୟ କ୍ରୀଡା ଦିବସ ;ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ

ଭୁବନେଶ୍ୱର; ଆଜି ଜାତୀୟ କ୍ରୀଡା ଦିବସ । ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ । ଅଲିମ୍ପିକ୍ସରେ ହକି ପ୍ରତି ଧ୍ୟାନଚାନ୍ଦଙ୍କ ରହିଛି ଅତୁଳନୀୟ ଅବଦାନ । ୧୯୨୮ରୁ ଅଲିମ୍ପିକ୍ସରେ ଭାରତର ସ୍ୱର୍ଣ୍ଣ ଅଭିଯାନ ଆରମ୍ଭ ହୋଇଥିଲା । ତାଙ୍କ ବଳିଷ୍ଠ ଖେଳ ବଳରେ ୧୯୨୮,୧୯୩୨ ଏବଂ ୧୯୩୬ ମସିହାରେ ତିନୋଟି ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲା ଭାରତୀୟ ହକି ଟିମ୍ । ଧ୍ୟାନଚାନ୍ଦ ଆହ୍ଲାବାଦରେ ୨୯ ଅଗଷ୍ଟ ୧୯୦୫ ରେ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ୧୯୮୦ ମସିହା ପର୍ୟ୍ୟନ୍ତ ଅଲିମ୍ପିକ୍ସରେ ଦଳର ଦବଦବା ରହିଥିଲା । ମୋଟ୍ ୮ଟି ସ୍ୱର୍ଣ୍ଣ ଜିତି ଭାରତ ରେକର୍ଡ କରିଥିଲା । ଏହା ପରେ ୨୦୦୮ ଅଲିମ୍ପିକ୍ସକୁ ପୁରୁଷ ହକି ଦଳ ଯୋଗ୍ୟତା ହାସଲ କରିପାରିନଥିଲା । ସେହିବର୍ଷ ସୁଟର ଅଭିନବ ବିନ୍ଦ୍ରା ବ୍ୟକ୍ତିଗତ ଇଭେଂଟରେ ସ୍ୱର୍ଣ୍ଣ ଜିତି ଭାରତୀୟ କ୍ରୀଡାରେ ନୂଆ ଇତିହାସ ରଚିଥିଲେ । ଏବେ ନୀରଜ ଚୋପ୍ରା ଆଥଲେଟିକ୍ସରେ ଆଣିଛନ୍ତି ବିପଳ୍ପ ।   ୧୯୫୬ ମସିହା ଅଗଷ୍ଟ ୨୯ ତାରିଖରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ । ଏକମାତ୍ର ଖେଳାଳି ଭାବେ ତାଙ୍କ ସମ୍ମାନର୍ଥେ ସ୍ମରଣୀୟ ଡାକ ଷ୍ଟାମ୍ପ ଓ କଭର୍ ଜାରି ହୋଇଛି ।

 

Related posts

ପୂର୍ଣ୍ଣ ଦର୍ଶକରେ ଖେଳାଯିବ ହକି ବିଶ୍ୱକପର ସବୁ ମ୍ୟାଚ:ମୁଖ୍ୟ ଶାସନ ସଚିବ

Odisha Sports Bureau

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ ଘୋଷଣା

Odisha Sports Bureau

ହକି ପ୍ରତିଯୋଗିତାରେ ଓଡ଼ିଶାର ବ୍ରୋଞ୍ଜ ପଦକ ହାସଲ

Odisha Sports Bureau