Cricket

କାନପୁର ଟେଷ୍ଟରେ ଶୁଭିଲା ଅବିଶ୍ୱସନୀୟ ଶବ୍ଦ

କାନପୁର: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଶୁଣିବାକୁ ମିଳିଛି ଏକ ଅବିଶ୍ୱସନୀୟ ନାରା । ଯାହାର ଭିଡିଓ ଏବେ ସୋଶଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦର୍ଶକଙ୍କ ଏହି ନାରାରେ କାନପୁରର ଗ୍ରୀନ ପାର୍କ ସମ୍ପୂର୍ଣ୍ଣ କମ୍ପି ଉଠିଥିଲା ।

India vs New Zealand 1st Test Live Score Day 1: Shreyas Iyer key as India  154/4 at Tea in Kanpur - India Today
ଏହି ଶବ୍ଦଟି ଥିଲା ‘ପାକିସ୍ତାନ ମୁର୍ଦ୍ଦାବାଦ’ । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଥିବା ସମୟରେ ଏହି ଶବ୍ଦରେ ସାରା ମାହୋଲ ସରଗରମ ହୋଇଥିଲା । ଯାହାର ଭିଡିଓ ଏବେ ସୋଶଲ ମିଡିଆରେ ଖୁବ ଭାଇରାଲ ହେଉଛି । ଶୁଭମନ ଗିଲ ଏବଂ ମୟଙ୍କ ଅଗ୍ରୱାଲ ବ୍ୟାଟିଂ କରୁଥିବା ସମୟରେ ଇନିଂସର ଷଷ୍ଠ ଓଭରରେ ଏପରି ଦେଖିବାକୁ ମିଳିଛି । ଷ୍ଟାଣ୍ଡରେ ଶୁଣିବାକୁ ମିଳିଥିଲା ପାକିସ୍ତାନ ମୁର୍ଦ୍ଦାବାଦ । ଏହା ବ୍ୟତୀତ ଭାରତୀୟ ଖେଳାଳିଙ୍କୁ ସମର୍ଥନ ଜଣାଇ ପ୍ରଶଂସକ ବନ୍ଦେ ମାତରମ୍ ଓ ଭାରତ ମାତା କି ଜୟର ନାରା ଦେଇଥିଲେ ।

ରାଜନୈତିକ ଓ କୂଟନୈତିକ କାରଣରୁ ଭାରତ-ପାକିସ୍ତାନ କେବଳ ଆଇସିସି ଇଭେଣ୍ଟରେ ହିଁ ମୁହାଁମୁହିଁ ହେଉଛନ୍ତି । ନିକଟରେ ହୋଇଥିବା ଟି-୨୦ ବିଶ୍ବକପରେ ପ୍ରଥମ ଥର ପାଇଁ ଭାରତକୁ ପରାଜିତ କରିଥିଲା ପାକିସ୍ତାନ ।

Related posts

କାହିଁକି ୨୦୨୪ ଆଇପିଏଲରୁ ବ୍ରେକ୍ ନେଲେ ଆରସିବିର ଅଲରାଉଣ୍ଡର ଖେଳାଳି ଗ୍ଲେନ୍ ମାକ୍ସୱେଲ ?

Odisha Sports Bureau

ମହିଳା ପ୍ରିମିୟର ଲିଗ ପାଇଁ ଆଜି ହେଉଛି ନିଲାମୀ

Odisha Sports Bureau

ମାର୍ଚ୍ଚ ୨୩ରୁ ଆଇପିଏଲ ଆରମ୍ଭ, ୨୦୧୯ର କାର୍ୟ୍ୟସୂଚୀ ଘୋଷଣା

Odisha Sports Bureau

Leave a Comment