ମୁମ୍ବାଇ: ମୁମ୍ବାଇ ଟେଷ୍ଟରେ ଦମଦାର ପ୍ରଦର୍ଶନ କରି ମ୍ୟାଚ ସହ ସିରିଜ ହାତେଇଛି ଟିମ ଇଣ୍ଡିଆ । ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ମ୍ୟନ ଅଫ ଦ ସିରିଜ ଭାବେ ବିବେଚିତ କରାଯାଇଛି । ଏହାପରେ ଅଶ୍ୱୀନ ସୋଶଲ ମିଡିଆରେ କିଛି ଫଟୋ ସେୟର କରିଛନ୍ତି । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ମଧ୍ୟ ଅଶ୍ୱିନଙ୍କ ସୃଜନଶୀଳତା ଦେଖି ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି ।
ଅଶ୍ୱିନ୍ ସେୟାର କରିଥିବା ଫଟୋରେ ନ୍ୟୁଜିଲାଣ୍ଡର ୨ ଖେଳାଳି ଏବଂ ଭାରତର ୨ ଖେଳାଳି ଏକାଠି ଛିଡା ହୋଇଛନ୍ତି ।ସବୁଠାରୁ କୌତୁହଳର ବିଷୟ ହେଉଛି ଚିତ୍ରର ସମସ୍ତ ଚାରି ଖେଳାଳିଙ୍କ ସର ନାମ ଅର୍ଥାତ ଟାଇଟଲ ରହିଛି । ଅଜାଜ ପଟେଲ ଅକ୍ଷରଙ୍କ ସହ ଛିଡା ହୋଇଥିବାବେଳେ ଜାଡେଜା ରାଚିନ ରବିନ୍ଦ୍ରଙ୍କ ସହ ଛିଡା ହୋଇଛନ୍ତି । ଚାରିଜଣଙ୍କୁ ଏକାଠି ଠିଆ କରି ଅଶ୍ୱିନ ତାଙ୍କ ସୃଜନଶୀଳତାର ଏକ ନିଆରା ଉଦାହରଣ ଉପସ୍ଥାପନ କରିଛନ୍ତି । ସୋସିଆଲ ମିଡିଆରେ ଅଶ୍ୱିନଙ୍କ ପୋଷ୍ଟ ଉପରେ ପ୍ରଶଂସକମାନେ କ୍ରମାଗତ ମନ୍ତବ୍ୟ ଦେଉଛନ୍ତି । ଅଶ୍ୱିନ ଏହି ପୋଷ୍ଟକୁ ସୋସିଆଲ ଆପ କୁପେରେ ସେୟାର କରି ଲେଖିଛନ୍ତି, ‘ୱାର୍ଲ୍ଡ ଚାମ୍ପିଅନ୍ସ ଉପରେ ଏକ ସିରିଜ ବିଜୟ ।
ପ୍ରଥମେ ବ୍ୟାଟିଂ ଏବଂ ପରେ ବୋଲିଂ । ସବୁ କ୍ଷେତ୍ରରେ ଜବରଦସ୍ତ ଖେଳି ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ଅକ୍ତିଆର କରିଛି ବିରାଟ ବ୍ରିଗେଡ । ୩୭୨ ରନର ଏକ ବଡ ବ୍ୟବଧାନରେ ଭାରତ ଏହି ବିଜୟ ହାସଲ କରିଛି । ମ୍ୟାଚରେ ଶତକ ହାସଲକାରୀ ମୟଙ୍କ ଅଗ୍ରୱାଲ ପ୍ଲେୟର ଅଫ ଦ ସିରିଜ ଭାବେ ବିବେଚିତ ହୋଇଥିଲେ ।