Cricket

ପୁଣି ଫେଲ ମାରିଲେ ବିରାଟ

ଲର୍ଡ୍ସ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚର ଉଭୟ ପାଳିରେ ଫେଲ ମାରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲୀ । ବାରମ୍ବାର ଟେଷ୍ଟରେ ବିରାଟ ବ୍ୟାଟ ନୀରବ ରହୁଛି । ଦ୍ୱିତୀୟ ଇନିଂସରେ କୋହଲୀ ମାତ୍ର ୨୦ ରନ କରି ପାଭିଲିୟନ ଫେରିଥିଲେ । ଭାରତର ଦୁଇ ସଫଳ ଓପନର ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଦ୍ୱିତୀୟ ଇନିଂସରେ କିନ୍ତୁ ବିଫଳ ହୋଇଥିଲେ । ମାତ୍ର ୨୭ ରନରେ ଭାରତ ତାର ମୂଲ୍ୟବାନ ୨ଟି ୱିକେଟ ହରାଇଥିଲା । ତେବେ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଦୁଇ ଅଭିଜ୍ଞ ଖେଳାଳୀ ଚେତେଶ୍ୱର ପୂଜାରା ଏବଂ ଅଧିନାୟକ ବିରାଟ କୋହଲୀ ଦଳକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇବେ ବୋଲି କ୍ରିକେଟପ୍ରେମୀଙ୍କ ଆଶା ଥିଲା । କିନ୍ତୁ ପୁଣିଥରେ ବିରାଟ ସମସ୍ତଙ୍କୁ ନିରାଶ କରିଥିଲେ । ତାଙ୍କ ୱିକେଟ ପରେ ୨୭ ରନରେ ଦୁଇଟି ୱିକେଟ ହରାଇଥିବା ଭାରତ ୫୫ ରନରେ ୩ଟି ୱିକେଟ ହରାଇ ସଙ୍କଟରେ ପଡିଥିଲା । ତେବେ ଏହାପରେ ପୂର୍ବତନ ଭାରତୀୟ ଖେଳାଳୀ ସୁନୀଲ ଗାଭାସ୍କର ବିରାଟଙ୍କ ଖେଳକୁ ନେଇ ତାତ୍ସଲ୍ୟ କରିଛନ୍ତି ।
ସାମ କରନଙ୍କ ବାହାରକୁ ଯାଉଥିବା ଏକ ବଲକୁ ଖେଳି ସେ ଆଉଟ ହୋଇଥିଲେ । ଦୀର୍ଘ ଦିନ ହେବ ଏପରି ସମାନ ଢଙ୍ଗରେ ଆଉଟଟ ହେଉଛନ୍ତି ବିରାଟ । ପୂର୍ବରୁ ମଧ୍ୟ ଶରୀରରୁ ବାହାରକୁ ଯାଉଥିବା ବଲକୁ ଖେଳୀବାକୁ ପ୍ରୟାସ କରି ଆଉଟ କୋହଲୀ ହୋଇଛନ୍ତି । ଏହାକୁ ନେଇ କୋହଲୀଙ୍କୁ ସମାଲୋଚନା କରିଛନ୍ତି ସୁନୀଲ ଗାଭାସ୍କର । କୋହଲି ଚତୁର୍ଥ ଦିନରେ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଥିଲେ ତାହା ସଠିକ ନଥିଲା ।ଏହି ମୁଭମେଣ୍ଟରେ ସେ ପୂର୍ବରୁ ୮ ହଜାର ରନ୍ ସଂଗ୍ରହ କରିଛନ୍ତି । କିନ୍ତୁ ଏବେ ଫେଲ୍ ମାରୁଛନ୍ତି । ପାଳିର ଆରମ୍ଭରେ ଅଫଷ୍ଟମ୍ପ୍ ବାହାର ବଲ୍ ବେଶୀ ଖେଳୁଛନ୍ତି । ତାଙ୍କ ଗୋଡ ଗୋଟିଏ ଜାଗାରେ ଆଉ ବ୍ୟାଟ୍ ଅନ୍ୟ ଜାଗାରେ ରହୁଥିଲା । ଅର୍ଥାତ ସେ ଠିକ୍ ଭାବେ ଖେଳିପାରୁ ନାହାଁନ୍ତି ବୋଲି କହିଛନ୍ତି ଗାଭାସ୍କର ।

Related posts

ଧୋନୀଙ୍କ ୧୦ହଜାର ଫୁଟ ଉଚ୍ଚତାର ପୋଷ୍ଟର

Odisha Sports Bureau

ଭାରତୀୟ କ୍ରିକେଟ ଦଳର ‌ନୂଆ ଜର୍ସିକୁ ଜେଠାଲାଲଙ୍କ ପୋଷାକ ସହ ତୁଳନା

ଟି-୨୦ର ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜର ବିଜୟ

Odisha Sports Bureau

Leave a Comment