Cricket

ଶତକ ହାସଲ ପରେ ୱାର୍ଣ୍ଣରଙ୍କ ‘ପୁଷ୍ପା’ ଷ୍ଟାଇଲ

ଅଷ୍ଟ୍ରେଲିଆର ବିସ୍ଫୋରକ ଓପନର୍ ଡେଭିଡ ୱାର୍ଣ୍ଣରଙ୍କ ଦକ୍ଷିଣୀ ଭାରତୀୟ ଚଳଚ୍ଚିତ୍ର ପ୍ରତି ଭଲ ପାଇବା କାହାରିକୁ ଅଛପା ନାହିଁ | ତାଙ୍କୁ ଅନେକ ସମୟରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଗୀତରେ ନାଚୁଥିବା ଦେଖିବାକୁ ମିଳିଥାଏ | ୱାର୍ଣ୍ଣର ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କର ଜଣେ ବଡ଼ ପ୍ରଶଂସକ | ଏହାର ଏକ ଝଲକ ଗତକାଲି ମ୍ୟାଚରେ  ଦେଖିବାକୁ ମିଳିଥିଲା | ବାସ୍ତବରେ ବିଶ୍ୱକପ ୨୦୨୩ରେ ପାକିସ୍ତାନ ବିପକ୍ଷରେ ଏକ ଶତକ ହାସଲ କରିବା ପରେ ସେ ଆକର୍ଷଣୀୟ ଢଙ୍ଗରେ ଏହାକୁ ସେଲିବ୍ରେଟ କରିଥିଲେ | ୱାର୍ଣ୍ଣର ନିଜର ଶତକ ହାସଲ କରିବା ପରେ ଅଲୁ ଅର୍ଜୁନଙ୍କ  ଷ୍ଟାଇଲରେ ପୁଷ୍ପା ଝୁକେ ଗା ନେହି ଆକ୍ସନ  ଫ୍ୟାନ୍ସଙ୍କ ହୃଦୟ ଜିତିଥିଲେ। ତେବେ ଏହା ପ୍ରଥମ ଥର ନୁହେଁ | ଅକ୍ଟୋବର ୩ ରେ ହାଇଦ୍ରାବାଦରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଏକ ୱାର୍ମ ଅପ୍ ମ୍ୟାଚ୍ ଖେଳାଯାଉଥିଲା। ୱାର୍ଣ୍ଣର ସୀମାରେ ଫିଲ୍ଡିଂ କରୁଥିଲେ। ଆଉ ଫିଲ୍ମ ‘ପୁଷ୍ପା’ର ସୁପରହିଟ୍ ଗୀତ ‘ଶ୍ରୀବାଲି’ ବାଜିବା ମାତ୍ରେ ୱାର୍ଣ୍ଣର ନିଜକୁ ଅଟକାଇ ପାରିନଥିଲେ ଆଉ ପଡ଼ିଆରେ ନାଚିବା ଆରମ୍ଭ କରିଥିଲେ।

Related posts

ଆଇପିଏଲର ୧୪ ତମ ସିଜନରେ ବ୍ୟବହୃତ ଷ୍ଟମ୍ପ ଏବଂ ବେଲର ଦାମ ୪୦ ଲକ୍ଷ ଟଙ୍କା

Odisha Sports Bureau

ପିତାଙ୍କ ପରଲୋକରେ ପଡ଼ିଆକୁ ଆସିଲେ ରସିଦ ଖାନ

Odisha Sports Bureau

ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୧୫୯ ରନରେ ଅଲଆଉଟ୍ କରିଛି ଭାରତ

Odisha Sports Bureau