Cricket

WTCରେ କିଏ ମାରିଛି ସର୍ବାଧିକ ଶତକ ?

ବ୍ୟୁରୋ : ସରିଛି ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପର ୨୦୨୧-୨୩ ସଂସ୍କରଣ । ଏଥିରେ ଚମ୍ପିଆନ୍‌ ହୋଇଛି ଅଷ୍ଟ୍ରେଲିଆ ଟିମ୍‌ । ଏବେ ଯାଏଁ ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ର ୨ଟି ସଂସ୍କରଣ ଖେଳାଯାଇଛି । ଆଉ ଏବେ ଆରମ୍ଭ ହୋଇଛି ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ର ତୃତୀୟ ସଂସ୍କରଣ ମାନେ ୨୦୨୩-୨୫ । ପ୍ରଥମଟି ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିବା ବେଳେ ୨ୟ ସଂସ୍କରଣରେ ଚମ୍ପିଆନ୍‌ ହୋଇଛି ଅଷ୍ଟ୍ରେଲିଆ । ତେବେ WTC ଇତିହାସରେ ସବୁଠୁ ଅଧିକା ଶତକ ମାରିଥିବା ଖେଳାଳି କିଏ ଜାଣିଛନ୍ତି  କି ? ଆସନ୍ତୁ ଜାଣିବା…

ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ ସବୁଠୁ ଅଧିକ ଶତକ ମାରିବାରେ ରେକର୍ଡ ଇଂଲଣ୍ଡର ବ୍ୟାଟସମ୍ୟାନ୍‌ ଜୋ ରୁଟ୍‌ଙ୍କ ନାଁରେ ରହିଛି । ସେ ୪୫ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୨ଟି ଶତକ ମାରିଛନ୍ତି । ଏହାପଛକୁ ଅଷ୍ଟ୍ରେଲିଆର ବ୍ୟାଟର ମାର୍ନସ ଲାବୁସେନ୍‌ ରହିଛନ୍ତି । ସେ ମୋଟ ୩୬ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୦ଟି ଶତକ ମାରିଛନ୍ତି । ଏହାପଛକୁ ବି ରହିଛନ୍ତି ଆଉ ଜଣେ ଅଷ୍ଟ୍ରେଲିଆ ବ୍ୟାଟର । ଗ୍ରେମ୍‌ ସ୍ମିଥ୍‌ ମଧ୍ୟ ୩୬ଟି ଟେଷ୍ଟ ମ୍ୟାଚ୍‌ ଖେଳି ୯ଟି ଶତକ ମାରିଛନ୍ତି । ସେହିପରି ଏହି ଲିଷ୍ଟରେ ସ୍ମିଥଙ୍କ ପଛକୁ ରହିଛନ୍ତି ପାକିସ୍ତାନୀ ବ୍ୟାଟର ବାବର ଆଜମ୍‌ । ସେ ୨୫ଟି ଟେଷ୍ଟ ମ୍ୟାଚ୍‌ ଖେଳି ୮ଟି ଶତକ ହାସଲ କରିଛନ୍ତି । ଆଉ ବାବର ଆଜମଙ୍କ ପଛକୁ ରହିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ବର୍ତ୍ତମାନ ଅଧିନାୟକ ଥିବା ରୋହିତ ଶର୍ମା । ସେ ମୋଟ ୨୪ଟି ଟେଷ୍ଟ ମ୍ୟାଚ୍‌ ଖେଳି ୭ଟି ଶତକ ହାସଲ କରିଛନ୍ତି । ରୋହିତଙ୍କ ପଛକୁ ରହିଛନ୍ତି ଆଉ ଜଣେ ଅଷ୍ଟ୍ରେଲିଆ ବ୍ୟାଟର ଉସମାନ ଖ୍ୱାଜା ।

ସେ ୨୩ଟି ଟେଷ୍ଟ ମ୍ୟାଚ୍‌ ଖେଳି ୭ଟି ଶତକ ହାସଲ କରିଛନ୍ତି ।  ଏହାବାଦ୍‌ ଲିଷ୍ଟର ୭ମ ସ୍ଥାନରେ ରହିଛନ୍ତି ଇଂଲଣ୍ଡ ବ୍ୟାଟର ବେନ୍‌ ଷ୍ଟୋକ୍ସ । ସେ ୩୮ଟି ମ୍ୟାଚ୍‌ ଖେଳି ୭ଟି ଶତକ ହାସଲ କରିଛନ୍ତି । ବେନ୍‌ ଷ୍ଟୋକ୍ସଙ୍କ ପଛକୁ ରହିଛନ୍ତି ନ୍ୟୁଜିଲାଣ୍ଡ ବ୍ୟାଟର କେନ୍‌ ଓ୍ୱିଲିୟମସନ୍‌ । ସେ ୧୭ଟି ଟେଷ୍ଟ ମ୍ୟାଚ୍‌ ଖେଳି ୬ଟି ଶତକ ହାସଲ କରିଛନ୍ତି । ଅନ୍ୟପଟେ ୯ମ ସ୍ଥାନରେ ରହିଛନ୍ତି ଶ୍ରୀଲଙ୍କା ବ୍ୟାଟର ଧନଞ୍ଜୟ ଡିସ୍‌ଲିଭା । ସେ ୨୧ଟି ମ୍ୟାଚ୍‌ ଖେଳି ୬ଟି ଶତକ ହାସଲ କରିଛନ୍ତି । ୧୦ ମ ସ୍ଥାନରେ ଆଉ ଜଣେ ଶ୍ରୀଲଙ୍କା ବ୍ୟାଟର ଏଫଡିଏମ୍‌ କରୁଣାରତ୍ନେ ରହିଛନ୍ତି । ସେ ୨୩ଟି ଟେଷ୍ଟ ମ୍ୟାଚ୍‌ ଖେଳି୬ଟି ଶତକ ହାସଲ କରିଛନ୍ତି । ତେବେ ଶ୍ରେଷ୍ଠ ୧୦ ଜଣ ବ୍ୟାଟରଙ୍କ ତାଲିକାରେ ରୋହିତ ଶର୍ମା ହିଁ କେବଳ ଜଣେ ମାତ୍ର ଭାରତୀୟ  ରହିଛନ୍ତି । ଆଉ କୌଣସି ବ୍ୟାଟସମ୍ୟାନ୍‌ ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ରେ ଶତକ ମାରିଥିବା ଶ୍ରେଷ୍ଠ ୧୦ ବ୍ୟାଟରଙ୍କ ତାଲିକାରେ ନାହାନ୍ତି ।

Related posts

ସଂଯୁକ୍ତ ଆରବରେ ଖେଳାଯିବ ଏସିଆ କପର ୨୦୨୫ ସଂସ୍କରଣ

ପାକିସ୍ତାନର କ୍ରିକେଟ ଚକ୍ରାନ୍ତ

Odisha Sports Bureau

ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମାଙ୍କ ସାମ୍ବାଦିକ ସମ୍ମିଳନୀ; ଜାଣନ୍ତୁ କ’ଣ କହିଲେ

Odisha Sports Bureau