Cricket

ଭାରତ ବିପକ୍ଷରେ ଖେଳିବେନି ୱିଲିୟମସନ

ଜୟପୁର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ । ନୂଆ ଏକ ଉତ୍ସାହ ନେଇ ପଡିଆକୁ ଓହ୍ଲାଇବ ରୋହିତ ସେନା । ଏହି ସିରିଜରେ ତିନୋଟି ଟି-୨୦ ଏବଂ ଦୁଇଟି ଟେଷ୍ଟ ଖେଳାଯିବ । ତେବେ ଏହି ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ ୱିଲିୟମସନ ବିଶ୍ରାମ ନେଇଛନ୍ତି । ଆଇପିଏଲ ଏବଂ ଟି-୨୦ ବିଶ୍ୱକପର ଏକ ଲମ୍ବା ସିଜନ ପରେ ସେ ଶରୀରକୁ ସାମାନ୍ୟ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ତାଙ୍କ ସ୍ଥାନରେ ଟିମ ସାଉଦିଙ୍କୁ ଦଳର ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି । ତେବେ ବିରାଟ କୋହଲୀଙ୍କ ଭଳି କେନ ୱିଲିୟମସନ ମଧ୍ୟ ଟେଷ୍ଟରେ ଦଳ ସହିତ ଯୋଡି ହେବେ ।

India vs New Zealand: Kane Williamson a big miss but workload management in focus, says Tim Southee - Sports News
ନଭେମ୍ବର ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜୟପୁରରେ ହେବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ ରାଞ୍ଚି ଏବଂ ତୃତୀୟ ମ୍ୟାଚ କୋଲକାତାରେ ଖେଳାଯିବ । ଟି-୨୦ ସିରିଜ ପରେ ନଭେମ୍ବର ୨୫ରୁ ପ୍ରଥମ ଟେଷ୍ଟ କାନପୁରରେ ଏବଂ ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୩ରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବାର ସୂଚୀ ରହିଛି । ଏଥିପାଇଁ ନ୍ୟୁଜିଲାଣ୍ଡ ଦଳ ଗତକାଲି ସ୍ୱତନ୍ତ୍ର ଚାଟାର୍ଡ ବିମାନରେ ଜୟପୁରରେ ପହଞ୍ଚିଛନ୍ତି ।

Related posts

ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଲେ ମହମ୍ମଦ ଆମୀର

ଘାତପ୍ରତିଘାତକୁ ସାମନା କରି ଦୀର୍ଘ ୪ ବର୍ଷ ପରେ ଜାତୀୟସ୍ତରୀୟ ଲୋକପ୍ରିୟ ଆନେକ୍ସ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Odisha Sports Bureau

କ୍ରିକେଟକୁ ବାଏ ବାଏ କଲେ ବନିତା

Odisha Sports Bureau