ନୂଆଦିଲ୍ଲୀ: ରେସଲରଙ୍କୁ ଯୌନ ନିର୍ଜାତନା ମାମଲାରେ ଏଫଆଇଆର ରଜୁ କରିବାକୁ ସୁପ୍ରିମକୋଟ ଦ୍ୱାରସ୍ଥ ହୋଇଛନ୍ତି କୁସ୍ତିଯୋଦ୍ଧା ସଂଘ । ଗତ କାଲିଠାରୁ ରାତିରୁ ଆଜି ଦିନ ତମାମ ସେମାନେ ଧାରଣାରେ ବସିଛନ୍ତି । କହିଛନ୍ତି ଯେ ପର୍ଯ୍ୟନ୍ତ ଆମକୁ ନ୍ୟାୟ ନମିଳିଛି, ସେ ପର୍ଯ୍ୟନ୍ତ ନା ଆମେ ଖାଇବୁ ନା ଶୋଇବୁ । ଏଭଳି ଚେତାବନୀ ଦେଇଛନ୍ତି ରେସଲର । କୁସ୍ତି ଯୋଦ୍ଧା ବିନେଶ ଫୋଗାଟ,ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲ୍ଲିକ ନିଜ ସାଥୀସହ ଯନ୍ତର ମନ୍ତରରେ ଧାରଣାରେ ବସିଛନ୍ତି ।
କୁସ୍ତି ସଂଘର ସଭାପତି ବ୍ରିଜଭୂଷଣଙ୍କୁ ହଟାଇବା ଦାବିରେ ଧାରଣାରେ ବସିଛନ୍ତି । ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ମୁଖ୍ୟ ତଥା ଅନ୍ୟ ପ୍ରଶିକ୍ଷକମାନେ ମହିଳା ରେସଲରଙ୍କୁ ଯୌନ ଶୋଷଣ କରୁଥିବା ନେଇ ପୂର୍ବରୁ ଅଭିଯୋଗ ଆଣିଥିଲେ। ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ କେନ୍ଦ୍ର ଦିଲ୍ଲୀର କନଟ୍ ପ୍ଲେସ୍ ଥାନାରେ ୭ ଜଣ ମହିଳା କୁସ୍ତିଯୋଦ୍ଧା ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିଲେ। ଅଥଚ ଏଯାଏଁ କୌଣସି କାର୍ୟ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ।
ଏଭଳି ଏକ ସମ୍ବେଦନଶୀଳ ମାମଲାରେ ଏବେ ଯାଏ ଅଭିଯୁକ୍ତ ବ୍ରିଜ ଭୂଷଣଙ୍କୁ ଗିରଫ କରାଯାଇନାହିଁ କି ତାକୁ ବହିଷ୍କାର କରାଯାଇ ନାହିଁ । ତେଣୁ କୁସ୍ତିସଂଘ ଆଗକୁ କିପରି ଏହିପରି ଧାରଣାରେ ବସିବେ ଯେ ପର୍ଯ୍ୟନ୍ତ କୁସ୍ତି ସଂଘ ସଭାପତି ବ୍ରିଜ ଭୂଷଣଙ୍କୁ ଗିରଫ କରାଯାଇନି । ତେବେ ଏନେଇ ବ୍ରିଜଭୂଷଣ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।