More Sports

ଅଲମ୍ପିକ୍ କୋଟା ଉପରେ ଭାରତୀୟ ସୁଟରଙ୍କ ନଜର

(ଓଡିଶା ସ୍ପୋର୍ଟସ ): ୨୦୨୦ ଅଲମ୍ପିକ ପାଇଁ ଭାରତୀୟ ରାଇଫଲ ଏବଂ ପିସ୍ତଲ ସୁଟରଙ୍କୁ ଚତୁର୍ଥ ବିଶ୍ୱକପ ରୁ ହାସଲ କରିବାକୁ ହେବ । ଯାହା ଆସନ୍ତା କାଲି ଠାରୁ ଆରମ୍ଭ ହେବ । ଏଠାରେ ହେବାକୁ ଥିବା ୮ଟି ଇଭେଣ୍ଟ୍ ମଧ୍ୟରୁ ଟୋକିଓ ଅଲମ୍ପିକ୍ ପାଇଁ ୧୬ଟି କୋଟା ହାସଲ କରିବାକୁ ହେବ ।
ଭାରତୀୟ ସୁଟରମାନେ ପ୍ରଥମରୁ ହିଁ ୭ଟି ଅଲମ୍ପିକ୍ କୋଟା ହାସଲ କରିସାରିଛନ୍ତି, ସେମିତିରେ ଏହି ଟୁର୍ଣ୍ଣାମେଣ୍ଟରେ ନୂତନ ଏବଂ ପ୍ରତ୍ୟାବର୍ତ୍ତନ କରିଥିବା ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ପ୍ରତିଯୋଗିତାର ପ୍ରଥମ ଦିନରେ ବିଶ୍ୱ ରାକିଙ୍ଗରେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହି ଅପୂର୍ବା ଚାନ୍ଦେଲ ଏବଂ ଅଞ୍ଜୁମ୍ ମୁଡଗିଲ୍ ୧୦ ମିଟର ଏୟାର ରାଇଫଲ୍ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।
ସେମିତିରେ ଦୁଇଜଣ ପ୍ରଥମରୁ ଏହି ଇଭେଣ୍ଟର ଅଲମ୍ପିକ୍ କୋଟା ହାସଲ କରିନେଇଛନ୍ତି । କେବଳ ଏତିକି ନୁହେଁ ପୁରୁଷ ବିଭାଗରେ ୧୦ ମିଟର ଏୟାର ପିସ୍ତଲର ମୁକାବିଲା ହେବ । ଏଠାରେ ଭାରତୀୟ ଖେଳାଳୀ କେବଳ ପଦକ ପାଇଁ ଖେଳିବେ କାରଣ ଏହି ଇଭେଣ୍ଟରେ ପୂର୍ବରୁ ଦୁଇ କୋଟା ହାସଲ କରାଯାଇ ସାରିଛି । ଉଦୀୟମାନ ଯୁବ ସୁଟର ଇଲାଭେନିଲ ଭାଲାରିଭାନ୍ଙ୍କ ପ୍ରଦର୍ଶନ ଉପରେ ନଜର ରହିବ, ଯିଏକି ଜୁନିୟର ଖେଳାଳୀ ଭାବରେ ସମସ୍ତ ପ୍ରତିଯୋଗିତାରେ ବିଜୟ ହାସଲ କରିଛନ୍ତି ।

Related posts

ବିବାହ କରିବେ ଆନମ ଓ ଅସଦ

ଦୂତୀଙ୍କ ନାମରେ ଆଥଲେଟିକ ଟ୍ରାକ

ମିଷ୍ଟର ସାଉଥ ଏସିଆ ଟାଇଟଲ ହାସଲ କଲେ ବଡ଼ିବିଲ୍ଡର ରବିନ୍ଦର କୁମାର