(ଓଡିଶା ସ୍ପୋର୍ଟସ): ଡେନମାର୍କ ଓପନ ବ୍ୟାଡମିଣ୍ଟନ ଚମ୍ପିଆନସିପ୍ର ଆରମ୍ଭ ମଙ୍ଗଳବାରଠାରୁ ଓଣ୍ଡେସ୍ ସହରଠାରେ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଅନେକ ଭାରତୀୟ ଖେଳାଳୀ ଭାଗ ନେଇଛନ୍ତି । ଯୁଗଳ ବର୍ଗ ମୁକାବିଲାରେ ସାତ୍ୱିକସାଇରାଜ ରେଙ୍କିରେଡ୍ଡୀ ଏବଂ ଚୀରାଗ ସେଠୀଙ୍କ ଯୋଡି ନିଜର ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ବିଜୟ ହାସଲ କରିଛନ୍ତି । ଦୁହେଁ ମିଶି କୋରିଆର ବିଶ୍ୱ ନମ୍ବର ୨୬ତମ ଯୋଡି କିମ ଜି ଜଙ୍ଗ୍ ଏବଂ ଲି ୟୋଙ୍ଗ ଡେଙ୍କୁ ସିଧା ସେଟରେ ୨୪-୨୨, ୨୧-୧୧ରେ ପରାସ୍ତ କରିଛନ୍ତି । ଆଜିର ଅନ୍ୟ ଏକ ମୁକାବିଲାରେ ମହିଳା ଯୁଗୋଳରେ ଅଶ୍ୱିନ ପୋନ୍ନପ୍ପା ଏବଂ ଏନ୍ ସିକ୍କୀ ରେଡ୍ଡୀଙ୍କ ଯୋଡି ଜାପାନର ମାୟୁ ମାତ୍ୟୁମୋତୋ ଏବଂ ଭକାନା ନାଗାହାରାଙ୍କ ସାମ୍ନାକରିବେ । ବିଶ୍ୱ ଚମ୍ପିଆନ ପୀଭୀ ସିନ୍ଧୁ ଅଗଷ୍ଟରେ ବିଶ୍ୱ ଚମ୍ପିଆନେ ହେବା ପରେ ଗତ ମାସରେ ଜୀନ ଓପନ କୋରିଆ ଓପନରେ କ୍ରମଶଃ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ବାହାର ହୋଇଯାଇଥିଲେ । ବିଶ୍ୱର ଷଷ୍ଠ ସ୍ଥ।।ନରେ ଥିବା ଏହି ଖେଳାଳୀ ଏହି ଟଚର୍ଣ୍ଣାମେଣ୍ଟରେ ବିଡବ୍ଲୁଏଫ୍ ବିଶ୍ୱ ଟୁରର ଟାଇଟଲ ଜିତିପାରି ନାହାନ୍ତି । ରିଓ ଅଲମ୍ପିକରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁ ନିଜର ଅଭିଯାନର ଆରମ୍ଭ ଇଣ୍ଡୋନେସିଆର ଗ୍ରିଗୋରିୟା ମାରିସ୍କୋ ଟୁନଜଙ୍ଗଙ୍କ ବିପକ୍ଷରେ କରିବେ । ସିନ୍ଧୁୂ ୧୬ତମ ନଂ ରେ ଥିବା ଖେଳାଳଙ୍କ ବିପକ୍ଷରେ ୫-୦ର ରେକର୍ଡ ରହିଛି ।
previous post
next post