Hockey

ମହିଳା ହକି ଚାମ୍ପିଅନଶିପ୍ ଉଦ୍ଘାଟିତ

(ଓଡିଶାସ୍ପୋର୍ଟସ ): ଶୁକ୍ରବାର ଦିନ ହକି ଓଡ଼ିଶା ଦ୍ୱାରା ଆୟୋଜିତ ରାଜ୍ୟ ମହିଳା ହକି ଚାମ୍ପିଅନଶିପ୍ ରାଉରକେଲାସ୍ଥିତ ପାନପୋଷ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ଉଦ୍ଘାଟିତ ହୋଇଯାଇଛି । ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ୟେଦୁଲା ବିଜୟ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ଏଥିସହ ହକି ଓଡ଼ିଶାର ଯୁଗ୍ମ ସମ୍ପାଦକ ପ୍ରଣବ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ପାନପୋଷ କ୍ରୀଡା ଛାତ୍ରାବାସ , ସୁନ୍ଦରଗଡ଼ ଜିଲ୍ଲା , ସମ୍ବଲପୁର , ଢେଙ୍କାନାଳ , ଖୋର୍ଦ୍ଧା , ଓଡିଶା ପୁଲିସ, ସାଇ , ସୁନ୍ଦରଗଡ଼, କିସ୍ ଆଦି ୯ଟି ଦଳ ଏହି ମହିଳା ହକି ପ୍ରତିଯୋଗିତାରେ ଯୋଗ ଦେଇଛନ୍ତି।ଏହି ଚାମ୍ପିଅନଶିପ ଆସନ୍ତା ୧୨ ତାରିଖ ପର୍ୟ୍ୟନ୍ତ ଚାଲିବ।

Related posts

ହକି ସମୟରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରହିବ:ଡିସିପି

Odisha Sports Bureau

ଏଫ୍ଆଇଏଚ୍ ପ୍ରୋ ଲିଗ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ

Odisha Sports Bureau

ପଦକ ବିଜେତା ଭାରତୀୟ ହକି ଦଳରେ ସାମିଲ ଓଡ଼ିଶାର ଖେଳାଳିଙ୍କୁ ନଗଦ ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର

Odisha Sports Bureau