(ଓଡିଶା ସ୍ପୋର୍ଟସ): ହରିୟାନାର ସଂଗ୍ରାମି କେଶର ଦହିଆ ଏବଂ ମଧ୍ୟ ପ୍ରଦେଶର ବର୍ଷା ବର୍ମନ ୬୩ତମ ରାଷ୍ଟ୍ରୀୟ ଶର୍ଟଗନ ବନ୍ଧୁକଚାଳନା ଚମ୍ପିଆନସିପ୍ ର ଡବଲ ଟ୍ରିପ୍ରେ ସୋମବାର ଦିନ ଏଠରେ କ୍ରମଶଃ ପୁରୁଷ ଏବଂ ମହିଳା ବର୍ଗରେ ଟାଇଟଲ୍ ଜିତିଛନ୍ତି । ସଂଗ୍ରାମ ୧୫୦ରୁ ୧୪୨ ଲକ୍ଷ୍ୟ ଲଗାଇଥିଲେ ଏବଂ ପୂର୍ବ ବିଶ୍ୱ ଚମ୍ପିଆନ ଅଙ୍କୁର ମିତ୍ତଲଙ୍କୁ ପଛରେ ପକାଇଥିଲେ । ମିିିତ୍ତଲ ୩୦ ଲକ୍ଷ୍ୟ ମଧ୍ୟରୁ ପାଞ୍ଚଟି ରାଉଣ୍ଡରେ ୧୩୭ ଶର୍ଟ ଲଗାଇଥିଲେ । ପଞ୍ଜାବର ପୃଥ୍ୱୀ ସିଂହ ଚହଲ ୧୩୫ର ସ୍କୋର ସହିତ ବ୍ରୋଞ୍ଜ ପଦକ ଜିତିଛନ୍ତି । ବର୍ଷା ମହିଳା ବର୍ଗରେ ୧୨୦ରୁ ୯୭ ସଠିକ୍ ଲକ୍ଷ୍ୟ ଭେଦକରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ତାଙ୍କ ରାଜ୍ୟର ମନିଷ କିର(୯୩) ଦ୍ୱିତୀୟ ଏବଂ ମହିମା ବିଶ୍ୱକର୍ମା(୯୨) ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହିପରି ଭବେରେ ମଧ୍ୟ ପ୍ରଦେଶ ଏହି ଟୁର୍ଣ୍ଣାମେଣ୍ଟରେ କ୍ଲିନ୍ ସ୍ୱିପ୍ କରିଛି । ସଂଗ୍ରାମ ଏବଂ ବର୍ଷା ନିଜ ରାଜ୍ୟ ପାଇଁ ଟିମ୍ ଟୁର୍ଣ୍ଣାମେଣ୍ଟ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।