Cricket

ଗେଲଙ୍କୁ ପଛରେ ପକାଇଲେ ରୋହିତ

(ଓଡ଼ିଶା ସ୍ପୋର୍ଟସ) : ଟି – ଟ୍ୱେଣ୍ଟି କ୍ରିକେଟରେ ଆଉ ଏକ ରେକର୍ଡ଼ର ଅଧିକାରୀ ହୋଇଛନ୍ତି ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମା । ସେ ସର୍ବାଧିକ ଛକା ମାରିବାର ରେକର୍ଡ଼ ନିଜ ନାମରେ କରିଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟି ଟ୍ୱେଣ୍ଟିରେ ୩ ଟି ଛକା ମାରି ସେ େଓ୍ଷ୍ଟ ଇଣ୍ଡିଜ୍ କ୍ରିସ ଗେଲଙ୍କ ରେକର୍ଡ଼ ଭଙ୍ଗ କରିଛନ୍ତି । ରୋହିତ ୯୬ ଟି ମ୍ୟାଚ୍ ଖେଳି ସର୍ବାଧିକ ୧୦୭ ଛକା ସହ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ପୂର୍ବରୁ ଗେଲ୍ଙ୍କ ନାମରେ ସର୍ବାଧିକ ଛକା ରେକର୍ଡ଼ ରହିଥିଲା ।
ସେ ୫୮ ଟି ମ୍ୟାଚ୍ରୁ ୧୦୫ ଟି ଛକା ମାରିଥିଲେ । ସର୍ବାଧିକ ଛକା ତାଲିକାରେ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପତିଲ , ତୃତୀୟ ଓ କଲିନ ମନରୋ, ଚତୁର୍ଥ ସ୍ଥାନରେ ରହିଛନ୍ତି । ଗେଲଙ୍କ ଛକା ରେକର୍ଡ଼ ସହ ରୋହିତ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହିଲଙ୍କ ରେକର୍ଡ଼ ଭଙ୍ଗ କରିଛନ୍ତି । ଅନ୍ୟ ପଟରେ ରୋହିତ ୧୭ ଟି ଅର୍ଦ୍ଧଶତକ ଓ ୪ଟି ଶତକ ହାସଲ କରିଛନ୍ତି ।

Related posts

ଇଶାନ କିଶନଙ୍କ ବିସ୍ଫୋରକ ଶତକ, ନ୍ୟୁଜିଲାଣ୍ଡ ସମ୍ମୁଖରେ ଭାରତର ୨୭୨ ରନ୍‌ର ବିଶାଳ ଲକ୍ଷ୍ୟ

Odisha Sports Bureau

ଭାରତକୁ ଜିତିବା ପାଇଁ ୧୩୫ ରନ୍‌ର ଆବଶ୍ୟକତା ଥିବା ବେଳେ ଇଂଲଣ୍ଡକୁ ୬ଟି ୱିକେଟ ଦରକାର

ଅଧିନାୟକ ରୋହିତ ଶର୍ମାଙ୍କ ଆଶା, ଏଥର ଭାରତ ହିଁ ଜିତିବ ଦିନିକିଆ ବିଶ୍ୱକପ

Odisha Sports Bureau