Cricket

ମ୍ୟାକକୁଲମ କେକେଆର ଟିମର ନୂତନ କୋଚ

(ଓଡିଶାସ୍ପୋର୍ଟସ ): ଆଇପିଏଲ ଟିମ କୋଲକାତା ନାଇଟ ରାଇଡ଼ର୍ସ (କେକେଆର)ର ନୂତନ କୋଚ ହେଲେ ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ବ୍ରେଣ୍ଡନ୍ ମ୍ୟାକକୁଲମ । ସେ ପ୍ରଥମେ ୨୦୦୮ରୁ ୨୦୧୦ ପର୍ୟ୍ୟନ୍ତ କେକେଆର ପକ୍ଷରୁ ଆଇପିଏଲ୍ରେ ଖେଳିଥିଲେ ଏବଂ ଏହା ପରେ ୨୦୧୨-୧୩ରେ ମଧ୍ୟ ଏହି ଟିମ୍ ପାଇଁ ଖେଳିଥିଲେ।
ସେ ୨୦୧୨ରେ ଆଇପିଏଲ୍ ବିଜେତା ଟିମର ସଦସ୍ୟ ମଧ୍ୟ ଥିଲେ। ସେ କ୍ୟାରିବିୟାନ୍ ପ୍ରିମିୟର୍ ଲିଗ୍ (ସିପିଏଲ୍)ରେ ୨୦୧୬-୧୮ ପର୍ୟ୍ୟନ୍ତ ତ୍ରିନବାଗୋ ନାଇଟ୍ ରାଇଡର୍ସ ଟିମର ସଦସ୍ୟ ଥିଲେ। ଏହା ମଧ୍ୟରେ ୨୦୧୭ ଓ ୨୦୧୮ରେ ଏହି ଟିମ୍ ବିଜେତା ହୋଇଥିଲା।
ମ୍ୟାକକୁଲମ୍ କହିଛନ୍ତି, “ଏହି ଦାୟିତ୍ୱକୁ ସମ୍ଭାଳିବା ମୋ ପାଇଁ ବଡ଼ ସମ୍ମାନର କଥା। ଆଇପିଏଲରେ କେକେଆର୍ ଏହ ପ୍ରତିଷ୍ଠିତ ଟିମ୍। ମୁଁ ସହଯୋଗୀ ଷ୍ଟାଫଙ୍କ ସହ ମିଶି ଫ୍ରାଞ୍ଚାଇଜିର ସଫଳତାକୁ ଆଗକୁ ବଢ଼ାଇବାକୁ ପ୍ରୟାସ କରିବି।”

Related posts

ଟସ୍ ଜିତି ବେଙ୍ଗାଲୁରୁର ବୋଲିଂ କରିବାକୁ ନିଷ୍ପତ୍ତି, ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି

ନୂଆ ‘ଲୋଗୋ’ ଜାରି କଲା ଗୁଜୁରାଟ ଟାଇଟନ୍ସ, ଉନ୍ମୋଚନ କଲେ ନେହେରା, ପାଣ୍ଡ୍ୟା ଓ ଶୁଭମନ

Odisha Sports Bureau

ଆଉ ଗୋଟିଏ ଛକା ମାରି ସିକ୍ସର କିଙ୍ଗ ହେବେ ରୋହିତ ଶର୍ମା

Odisha Sports Bureau