Cricket

ବିଶ୍ୱକପକୁ ଫେରିଲେ ମାହି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ବିଶ୍ୱକପ ପାଇଁ ଘୋଷଣା ହୋଇଛି ୧୫ ଜଣିଆ ଟିମ । ଏହି ସ୍କ୍ୱାର୍ଡରେ ଶିଖର ଧୱନ, ୟୁଜଭେନ୍ଦ୍ର ଚହଲ ଏବଂ କୁଳଦୀପଙ୍କ ଭଳି ଖେଳାଳୀଙ୍କୁ ସ୍ଥାନ ମିଳିନଥିବା ବେଳେ ଷ୍ଟାର ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୁଣିଥରେ ସିମୀତ ଓଭର ଫର୍ମାଟକୁ କମବ୍ୟାକ କରୁଛନ୍ତି । ଅଶ୍ୱିନଙ୍କ ସହିତ ଷ୍ଟାର କ୍ରିକେଟର ତଥା ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ବିଶ୍ୱକପକୁ କମବ୍ୟାକ କରିଛନ୍ତି । କିନ୍ତୁ ଆଉ ଏକ ନୂଆ ରୂପରେ । ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିବା ମହେନ୍ଦ୍ର ସିଂହ ଧୋନୀ ପୁଣି ଥରେ ବିଶ୍ୱକପକୁ ଫେରୁଛନ୍ତି । ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପରେ ଧୋନୀଙ୍କୁ ଦଳର ମେଣ୍ଟର ବା ମାର୍ଗ ଦର୍ଶକ ଭାବରେ ଚୟନ କରାଯାଇଛି । ଏନେଇ ବିସିସିଆଇ ସମ୍ପାଦକ ଜୟ ଶାହା ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ମାହି ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୟୁଏଇରେ ଅଛନ୍ତି । ଆଇପିଏଲ ପରେ ଟି-ଟ୍ୱେଣ୍ଟି ବିଶ୍ୱକପ ଆୟୋଜନ ହେବାକୁ ଥିବା ବେଳେ ଧୋନୀ ଏହି ଦଳର ଏକ ସଦସ୍ୟ ପାଲଟିଛନ୍ତି । ଧୋନୀ ହେଉଛନ୍ତି ପ୍ରଥମ ଅଧିନାୟକ ଯାହାଙ୍କ ନେତୃତ୍ୱରେ ଭାରତ ଆଇସିସିର ତିନୋଟି ଯାକ ଟ୍ରଫି ଜିତିବାରେ ସଫଳ ହୋଇଛି । ବିରାଟ କୋହଲୀଙ୍କୁ ବିଶ୍ୱକପରେ ଧୋନୀଙ୍କ ଗାଇଡ ମିଳିବା ସହିତ ଦଳର ସମସ୍ୟା ସମୟରେ ଧୋନୀଙ୍କ ଅଧିନାୟକତ୍ୱ ଏବଂ ଅଭିଜ୍ଞତା କୁବ ସହାୟକ ହେବ ବୋଲି କୁହାଯାଉଛି ।

ଟି-୨୦ ବିଶ୍ଵ କପ୍ ପାଇଁ ଭାରତୀୟ ଦଳ

ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରାହୁଲ ଚହର, ଆର ଅଶ୍ଵିନ, ଅକ୍ଷର ପଟେଲ୍, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା, ଭୁବନେଶ୍ଵର କୁମାର ଓ ମହମ୍ମଦ ଶାମି।

Related posts

ଦକ୍ଷିଣ ଆଫ୍ରିକାକୁ ୭ ଓ୍ବିକେଟରେ ହରାଇଲା ଭାରତ, ସିରିଜ ଡ୍ର

Odisha Sports Bureau

ଶୁଭ୍ରାଂଶୁଙ୍କ ଶତକ ସହ ଓଡିଶାର ଅଭିଯାନ

Odisha Sports Bureau

ଭାରତର ପରାଜୟ ଦେଖିବା ପରେ କାନ୍ଦିବାକୁ ଲାଗିଲା ୮ ବର୍ଷର ପିଲା; ନିଶ୍ୱାସ ଅଟକି ଯିବାରୁ ଡାକ୍ତରଖାନାରେ ହେଲା ଭର୍ତ୍ତି

Odisha Sports Bureau