Cricket

ଧୋନୀଙ୍କ ସିଲେକ୍ସନକୁ ନେଇ ପ୍ରଶ୍ନ କଲେ ଜାଡେଜା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର କ୍ରିକେଟରତଥା ଭାରତର ସବୁଠାରୁ ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଦର ମେଣ୍ଟର ଭାବେ ନିୟୋଜିତ କରାଯାଇଛି । ତେବେ ବିସିସିଆଇ ସମ୍ପାଦକ ଜୟ ଶାହା ଏହି ଘୋଷଣା କରିବା ପରେ ଭାରତର ଅନେକ ମହାନ କ୍ରିକେଟର ଏହାକୁ ନେଇ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି । ଏହି ତାଲିକାରେ ଏବେ ସାମିଲ ହୋଇଛନ୍ତି ଭାରତର ଆଉ ଜଣେ ଷ୍ଟାର ଖେଳାଳୀ ଜାଡେଜା । ଧୋନୀଙ୍କୁ ମେଣ୍ଟର ଭାବେ ଚୟନ କରିବାକୁ ନେଇ ଜଡେଜା ବିସ୍ମିତ ହୋଇଥିବା ପ୍ରକାଶ କରିଛନ୍ତି । ହଠାତ ରାତାରାତି ଏପରି ମେଣ୍ୟର ଚୟନ କରିବାର ଆବଶ୍ୟକତା କାହିଁକି ପଡିଲା ବୋଲି ସେ ପ୍ରଶ୍ନ ବାଢିଛନ୍ତି ।
ଉହାନ କ୍ରକକେଟରୁ ଭାଷ୍ୟକାର ହୋଇଥିବା ଅଜୟ ଜାଡେଜା ସୋନି ସ୍ପୋର୍ଟର୍ସ ସହ ଆଲୋଚନା କରୁତିବା ବେଳେ ଏହା କହିଛନ୍ତି, ମୁଁ ବୁଝି ପାରୁନାହିଁ ଧୋନୀଙ୍କୁ ମେଣ୍ଟର କରାଯିବା ପଛରେ କଣ ତର୍କ ରହିଛି। ଏହା ମୋ ବୁଝିବା ବାହାରେ। ଦଳକୁ ଏକ ନମ୍ବର କରିଥିବା କୋଚ ରବି ଶାସ୍ତ୍ରୀ ଦଳରେ ମହଜୁଦ ଥିବା ସତ୍ତ୍ଵେ ବି ରାତାରାତି ଆପଣଙ୍କୁ ମେଣ୍ଟରର କଣ ଆବଶ୍ୟକତା ପଡିଲା ? ଏହା ମୋ ପାଇଁ ଆଶ୍ଚର୍ୟ୍ୟକର ନିଷ୍ପତ୍ତି ବୋଲି ଜାଡେଜା କହିଛନ୍ତି।
ମେଣ୍ଟର ଭାବେ ଧୋନୀଭ୍କୁ ସ୍ଥାନ ମିଳିଛି ବୋଲି ମୋର ଆପତ୍ତି ନାହିଁ । ତାଙ୍କ ନିକଟରେ କମାଲର ବୁଝିବା ଶକ୍ତି ରହିଛି ଏବଂ ଦଳ ପାଇଁ ସେ ଖୁବ ଉପଯୋଗୀ ହୋଇ ପାରନ୍ତି ବୋଲି ମଧ୍ୟ ମୋର ଆଶା ରହିଛି । ତେବେ ମୁଁ ସେହି ଦିଗକୁ ଯାଉ ନାହିଁ । ଏହି ନିଷ୍ପତ୍ତି ରବୀନ୍ଦ୍ର ଜାଡେଜାଙ୍କୁ ଆଜିଙ୍କ୍ୟ ରାହାଣେଙ୍କଠୁ ଆଗରେ ବ୍ୟାଟିଂ କରିବାକୁ ପଠାଇବା ପରି ରହିଛି। ଏହାକୁ ନେଇ ଚିନ୍ତା କରିବାର ଆବଶ୍ୟକ ଯେ, ଏମିତି କାହିଁକି ନିଷ୍ପତ୍ତି ନିଆଯାଇଛି।

Related posts

ଆଉ କିଛି କ୍ଷଣ ପରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ

Odisha Sports Bureau

ବିରାଟ କୋହଲିଙ୍କ ନକଲ କଲେ ଇଶାନ କିଶାନ

Odisha Sports Bureau

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ଶ୍ରୀଲଙ୍କା ଗସ୍ତ କରିଛି ପାକିସ୍ତାନ

Odisha Sports Bureau