Cricket

ଆଇପିଏଲ ୨୦୨୪ରେ ଖେଳିବ ନାହିଁ ଇଂଲଣ୍ଡ ଅଲ୍ ରାଉଣ୍ଡର ବେନ୍ ଷ୍ଟ୍ରୋକ୍ସ

ନୂଆଦିଲ୍ଲୀ : ଏଥର ଆଇପିଏଲ୍‌ ଖେଳିବେ ନାହିଁ ଇଂଲଣ୍ଡ ଅଲ୍‌ ରାଉଣ୍ଡର ବେନ ଷ୍ଟୋକ୍ସ। ଅତ୍ୟଧିକ କାମ ଚାପ ଓ ଭାରତ ବିପକ୍ଷରେ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରସ୍ତୁତି ପାଇଁ ସେ ୨୦୨୪ ଆଇପିଏଲ୍ ଖେଳିବେ ନାହିଁ ବୋଲି କହିଛନ୍ତି। ଆଇପିଏଲ୍‌ରେ ନ ଖେଳି ନେଇ ତାଙ୍କର ଘୋଷଣା ଆସନ୍ତା ଜୁନରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତିକୁ ମଧ୍ୟ ସୂଚାଉଛି।

ଏନେଇ ବେନ୍‌ ଷ୍ଟୋକ୍ସଙ୍କ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଘୋଷଣା କରାଯାଇଛି। ସିଏସ୍‌କେ କହିଛି “ ଇଂଲଣ୍ଡ ଟେଷ୍ଟ କ୍ୟାପ୍ଟେନ୍ ତଥା ଅଲ୍‌ ରାଉଣ୍ଡର ବେନ୍ ଷ୍ଟୋକ୍ସ ଫିଟ୍‌ନେସ୍ ଓ ଅତ୍ୟଧିକ କାମ ଚାପ ଯୋଗୁ ଆଇପିଏଲ୍‌ ୨୦୨୪ରେ ଖେଳିବେ ନାହିଁ ବୋଲି କହିଛନ୍ତି।”

୨୦୨୩ ଆଇପିଏଲ୍ ସଂସ୍କରଣରେ ସିଏସ୍‌କେ ୩୨ ବର୍ଷୀୟ ବେନ୍‌ ଷ୍ଟୋକ୍ସଙ୍କୁ ୧୬.୨୫ କୋଟି ଟଙ୍କାରେ କିଣିଥିଲା। ହେଲେ ସେ ମାତ୍ର ଦୁଇଟି ମ୍ୟାଚ୍ ଖେଳିପାରିଥିଲେ। ଏଥିରେ ସେ ମାତ୍ର ୧୫ ରନ୍ କରିଥିଲେ। ଫିଟ୍‌ନେସ୍ ସମସ୍ୟା ଯୋଗୁ ସେ ଆଇପିଏଲ୍ ଖେଳି ପାରି ନଥିଲେ।

ହେଲେ ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପ୍‌ରେ କିନ୍ତୁ ବ୍ୟାଟିଂ କରିଥିଲେ ଷ୍ଟୋକ୍ସ। ସେ ଏଥିରେ ମୋଟ ୩୦୪ ରନ୍ କରିଥିବା ବେଳେ ବେଳେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ଯଦିଓ ଇଂଲଣ୍ଡ ଦଳ ବିଶ୍ୱକପ୍‌ ଟାଇଟଲ୍ ସେମିଫାଇନାଲ୍‌କୁ ବି ପହଞ୍ଚି ପାରି ନଥିଲା। ତେବେ ଦେଳ ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ନିଜ ସ୍ଥାନ ପକ୍କା କରିଥିଲା।

Related posts

ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ ଟିକେଟ ବିକ୍ରି  ଆରମ୍ଭ

Odisha Sports Bureau

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଡିସେମ୍ବର ୫ରୁ ଟିକେଟ୍‌ ବିକ୍ରି ଆରମ୍ଭ ହେବ

Odisha Sports Bureau

ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା ତାଲିକାରେ ବିନୋଦ କାମ୍ବଲୀ 

Odisha Sports Bureau