Javelin Throw

କଳିଙ୍ଗଷ୍ଟାଡିୟମ ଆସିବାକୁ ଦର୍ଶକଙ୍କୁ ନିବେଦନ କଲେ ନୀରଜ ଚୋପ୍ରା

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- କଳିଙ୍ଗଷ୍ଟାଡିୟମ ଆସିବାକୁ ଦର୍ଶକଙ୍କୁ ନିବେଦନ କଲେ ନୀରଜ ଚୋପ୍ରା । ଭାରତ ପ୍ରଥମଥର ଲାଗି ଇଣ୍ଡିଆ ଓପନ୍ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତା ଅୟୋଜନ କରିବାକୁ ଯାଉଥିବା ବେଳେ ଏହା କଳିଙ୍ଗ ଷ୍ଟାଡିୟମରେ ହେବ ।

ସେପଟେ ଏନେଇ ଭାରତ ସହ ୧୭ ଦେଶ ଖେଳାଳୀ ମାନେ ଭୁବନେଶ୍ୱରରେ ପହଞ୍ଚିସାରିଲେଣି । ଓଡିଶା ସରକାର ଏହି ପ୍ରତିଯୋଗିତା ଆୟୋଜନ ଅଧିକାର ପାଇଥିବାରୁ ରାଜ୍ୟବାସୀ ମଧ୍ୟ ବହୁଦିନ ପରେ ଏକ ଅନ୍ତର୍ଜାତୀୟ ଆଥଲେଟିକ୍ସ ପ୍ରତିଯୋଗିତା ଦେଖିବାର ସୁଯୋଗ ପାଇଛନ୍ତି । ସରକାର ମଧ୍ୟ ପ୍ରବେଶ ପାଇଁ କୌଣସି ଅର୍ଥ ଦେବାକୁ ପଡିବନି ବୋଲି ଘୋଷଣା କରିଛନ୍ତ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେନି ଅଲିମ୍ପିକ୍ସ ବିଜେତା ଜାଭଲିନ୍ ପିଙ୍ଗାଳି ନୀରଜ ଚୋପ୍ରା ।କିନ୍ତୁ ସମସ୍ତଙ୍କୁ ଜଣାଇଛନ୍ତି ନିଜର ଶୁଭେଚ୍ଛା ବାର୍ତ୍ତା ଏବଂ ଦର୍ଶକ ମାନଙ୍କୁ ଷ୍ଟାଡିୟମ ଆସି ଖେଳ ଦେଖିବାକୁ ନିବେଦନ କରିଛନ୍ତି ।

 ଖାଲି ସେତିକି ନୁହେଁ ଭାରତ ସରକାର ଏବଂ ଓଡିଶା ସରକାର ଓ ସର୍ବଭାରତୀୟ ଦୌଡକୁଦ ମହାସଂଘକୁ ଧନ୍ୟବାଦ ଜଣାଇଛନ୍ତି ନୀରଜ ଚୋପ୍ରା । କଳିଙ୍ଗ ଷ୍ଟାଡିୟମ୍‌ ପୂର୍ବରୁ ୨୦୧୭ ମସିହାରେ ଏସିଆନ୍ ଆଥ୍‌ଲେଟିକ୍ସ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରିସାରିଛି।

Related posts

ନୀରଜଙ୍କ ଟୋକିଓ ଟୁ ପ୍ୟାରିସ ଯାତ୍ରା, ଦୁଇ ଅଲମ୍ପିକ୍ସ ମଧ୍ୟରେ ନୀରଜ ପାଲଟିଲେ ଭାରତର ସବୁଠୁ ବଡ଼ ଆଥଲେଟ

Odisha Sports Bureau

ଅଲିମ୍ପିକ୍ ଓ ବିଶ୍ବ ବିଜେତା ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ ବିଜେତା ଟ୍ରଫି ବଜାୟ ରଖିବାରେ ବିଫଳ

Odisha Sports Bureau

ରୌପ୍ୟ ପଦକ ଜିତିଥିବା କିଶୋର କୁମାର ଜେନାଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau