ଭୁବନେଶ୍ୱର(ରିପୋଟର୍ସ ଟୁଡେ);- ପୁଣି ଆଇପିଏଲ୍ ମଇଦାନକୁ ଓହ୍ଲାଇବେ ଧୋନି । ଏହି ସୂଚନା ପାଇବା ପରେ ଧୋନିଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଖେଲିଯାଇଛି ଖୁସିର ଲହରି । କାରଣ ଧୋନିଙ୍କ ହେଲିକପ୍ଟର ସଟ୍ କୁ ଦେଖିବାକୁ ଚାହିଁବସିଛନ୍ତି ଦର୍ଶକ । ୨୦୨୫ ଆଇପିଏଲ ସିଜିନ ପୂର୍ବରୁ ମହନ୍ଦ୍ରେ ସିଂ ଧୋନିଙ୍କୁ ନେଇ ଆସିଛି ବଡଖବର । ଧୋନିଙ୍କୁ ୪୩ ବର୍ଷ ବୟସ ହୋଇଥିବା ବେଳେ ସେ ଆଇପିଏଲରେ ଅଧିକ ଟଙ୍କାରେ ଦଳରେ ରହିବାକୁ ଚାହୁଁ ନାହାନ୍ତି ଆଇପିଏଲରେ ପୂର୍ବରୁ ଥିବା ଏକ ନିୟମ ଅନୁସାରେ କୌଣସି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାର ୫ ବର୍ଷ ପରେ ଅନକ୍ୟାପଡ୍ ଶ୍ରେଣୀରେ ରହି ଆଇପିଏଲ୍ ଖେଳିପାରିବେ ୨୦୨୫ ଆଇପିଏଲରେ ଧୋନିଙ୍କୁ ଅନକ୍ୟାପଡ୍ ପ୍ଲେୟାର ଭାବେ ଖେଳାଇପାରେ ଚେନ୍ନାଇ ସୁପର କିଙ୍ଗ୍ସ । ତେବେ ଆଗାମୀ ଆଇପିଏଲରେ ଧୋନି ଖେଳିବେ ନା ନାହିଁ ସେ ନେଇ ଧୋନି କିମ୍ବା ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଚେନ୍ନାଇ ସୁପର କିଙ୍ଗ୍ସ ଧୋନିଙ୍କୁ ଖେଳାଇବାକୁ ଚାହୁଁଥିବା ବେଳେ ସେ କିନ୍ତୁ ଅଧିକ ଅକ୍ସନରେ କୌଣସି ଯୁବ ଖେଳାଳିଙ୍କ ସ୍ଥାନ ନେବାକୁ ଚାହୁଁ ନଥିବା ଖବର ସାମ୍ନାକୁ ଆସଛି । । ୨୦୨୧ ମସିହା ପର୍ୟ୍ୟନ୍ତ ଏହି ନିୟମ ଆଇପିଏଲରେ ରହିଥିଲା । ହେଲେ ପରେ ଏହାକୁ ହଟେଇ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ସିଏସକେର ଅନୁରୋଧ ପରେ, ପୁଣିଥରେ ଏହି ନିୟମକୁ ଲାଗୁ କରିପାରେ ବିସିସିଆଇ । ତେବେ ଅନକ୍ୟାପଡ୍ ଖେଳାଳିଙ୍କ ପାଇଁ ଦଳକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ି ନଥାଏ । ଜଣେ ଅନକ୍ୟାପଡ୍ ଖେଳାଳିଙ୍କୁ ମାତ୍ର ୪ କୋଟି ଟଙ୍କାରେ ଦଳରେ ରଖିହେବ । ତେଣୁ ୨୦୨୫ ଆଇପିଏଲରେ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳିପାରନ୍ତି ମହେନ୍ଦ୍ର ସିଂହ ଧୋନି । ପୂର୍ବରୁ ସିଏସକେ ୨୦୨୨ରେ ଧୋନିଙ୍କୁ ୧୨ କୋଟି ଟଙ୍କାରେ ଦଳରେ ରଖିଥିଲା । ଏଥର କିନ୍ତୁ ଦଳ ତାଙ୍କୁ ମାତ୍ର ୪ କୋଟି ଟଙ୍କାରେ ରଖିପାରିବ । ତେଣୁ ୨୦୨୫ ଆଇପିଲଏଲରେ ମଧ୍ୟ ଧୋନିଙ୍କ ହେଲିକପ୍ଟର ସଟ୍ ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ପ୍ରେମୀ ।