Cricket

ଲକ୍ଷ୍ନୌ ସୁପରଜିଆଣ୍ଟସ ଛାଡିଲେ ଇଂଲଣ୍ଡ ଅଲରାଉଣ୍ଡର ଡେଭିଡ ୱିଲେ

ନୂଆଦିଲ୍ଳୀ: ଆଇପିଏଲ ମଝିରେ ଲକ୍ଷ୍ନୌ ସୁପରଜିଆଣ୍ଟସକୁ ଲାଗିଛି ବଡ ଝଟକା । ଏହାରି ଭିତରେ ଇଂଲଣ୍ଡ ଅଲରାଉଣ୍ଡର ଡେଭିଡ ୱିଲେ ସୁପରଜିଆଣ୍ଟଓ ଛାଡିଛନ୍ତି । କୁହାଯାଉଛି ୱିଲେଙ୍କୁ ଲକ୍ଷ୍ନୌ ୨ କୋଟିରେ କିଣିଥିବା ବେଳେ ସେ ତାଙ୍କର ବ୍ୟକ୍ତିଗତ କାରଣ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ନିଜର ନାମ ଫେରାଇ ନେଇଛନ୍ତି । ତାଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ମେଟ ହେନରୀ ଟିମରେ ସାମିଲ ହୋଇଛନ୍ତି । ତେବେ ହେନରୀଙ୍କୁ ସୁପରଜିଆଣ୍ଟଓ ୧.୨୫ କୋଟି ଟଙ୍କାରେ କିଣିଥିଲା ଟିମ । ଆଇପିଏଲ ମିଡିଆ ଆଡଭାଇଜରୀ ଜାରୀ କରି କହିଛି କି , ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ମେଟ ହେନରୀ ଆଇପିଏଲ ୨୦୨୪ ପାଇଁ ଲକ୍ଷ୍ନୌ ସୁପରଜିଆଣ୍ଟଓ ସହିତ ରହିବେ । ହେନରୀ ଇଂଲଣ୍ଡ ଅଲରାଉଣ୍ଡର ଡେଭିଡ ୱିଲେଙ୍କ ସ୍ଥାନରେ ରହିବେ । ବ୍ୟକ୍ତିଗତ କାରଣ ରୁ ୱିଲେ ଟୁର୍ଣ୍ଣାମେଣ୍ଟରୁ ନିଜର ନାମ ଫେରାଇ ନେଇଛନ୍ତି । ହେନେରୀ ୧.୨୫ କୋଟି ଟଙ୍କା ବେସ ପ୍ରାଇସରେ ଟିମରେ ଜଏନ କରିଛନ୍ତି । ତେବେ କୁହାଯାଉଛି ହେନରୀ ପୂର୍ବରୁ ଆଇପିଏଲରେ ଖେଳିସାରିଛନ୍ତି । ହେନରୀ ଆଇପିଏଲରେ ୨ଟି ମ୍ୟାଚ ଖେଳିଛନ୍ତି । ସେ ୨୦୧୭ରେ ପଞ୍ଜାବ କିଙ୍ଗସ ତରଫରୁ ଖେଳିଥିଲେ । ସେ ଅନ୍ତରାଷ୍ଟ୍ରୀୟ କ୍ୟାରିଆରରେ ୨୫ ଟି ଟେଷ୍ଟ, ୮୨ ଟି ଦିନିକିଆ ଏବଂ ୧୭ ଟି ଟି-୨୦ ମ୍ୟାଚ ଖେଳିଛନ୍ତି ।

Related posts

ଆଇପିଏଲରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ କଡ଼ା ଟକ୍କର

ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ 19ବର୍ଷରୁ କମ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା

Odisha Sports Bureau

ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବଇ ଇଣ୍ଡିଆନ୍ସ