କାନପୁର: ଭାରତ-ନ୍ୟୁଜିଲାଣ୍ଡ କାନପୁର ଟେଷ୍ଟ ଅମୀମାଂସିତ ରହିଥିଲେ ମଧ୍ୟ ଏଥିରୁ ବଡ ଫାଇଦା ପାଇଛନ୍ତି ଭାରତର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ । ଭାରତୀରେ ସର୍ବାଧିକ ୱିକେଟ ହାସଲ କରିବାରେ ସେ ହୋଇଛନ୍ତି ତୃତୀୟ । ଏହି ତାଲିକାରେ ଅଶ୍ୱୀନ ପୂର୍ବତନ ଅଫସ୍ପିନର ହରଭଜନ ସିଂହଙ୍କୁ ପଛରେ ପକାଇଛନ୍ତି ।
ଏହି ମ୍ୟାଚ ପୂର୍ବରୁ ଅଶ୍ୱୀନ ମୋଟ ୪୧୨ଟି ଟେଷ୍ଟ ୱିକେଟ ଅକ୍ତିଆର କରିଥିଲେ । କିନ୍ତୁ ଏହି ମ୍ୟାଚର ଉଭୟ ଇନିଂସରେ ୬ଟି ଲେଖାଏଁ ୱିକେଟ ନେଇ ଭଜ୍ଜିଙ୍କୁ ଟପି ଯାଇଛନ୍ତି । ୧୦୩ଟି ମ୍ୟାଚରେ ମୋଟ ୪୧୭ଟି ୱିକେଟ ଅକ୍ତିଆର କରିଥିଲେ ଭଜ୍ଜି । ଅଶ୍ୱୀନଙ୍କ ନାମରେ ଏବେ ରହିଛି ୪୧୮ଟି ୱିକେଟ । ତେବେ ଏହି ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ପୂର୍ବତନ ଅଧିନାୟକ ତଥା କୋଚ ଅନିଲ କୁମ୍ବଲେ । ତାଙ୍କ ନାମରେ ସର୍ବାଧ୍ଖଳ ୬୧୯ଟି ୱିକେଟ ରହିଛି । ସେହିପରି ଦ୍ୱିତୀୟ ସ୍ଥାନରେ ଅଛନ୍ତି କିମ୍ବଦନ୍ତୀ ଅଲରାଉଣ୍ଡର କପିଳ ଦେବ ।