Cricket

ବାଧକ ସାଜିଲା ବର୍ଷା, ଆଜି ଖେଳାଯିବ ଆଇପିଏଲ୍ ଫାଇନାଲ୍

ଗୁଜରାଟ: ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ଆଇପିଏଲ୍‌ ଫାଇନାଲ୍‌ ବର୍ଷା ଯୋଗୁ ସମ୍ଭବ ହୋଇପାରିନାହିଁ। ଫଳରେ ଆଜି ରିଜର୍ଭ ଡେ’ରେ ଏହି ଫାଇନାଲ୍‌ ଖେଳାଯିବ। ବର୍ଷା ଯୋଗୁଁ ପଡ଼ିଆ ପାଣିରେ ଭର୍ତ୍ତି ହୋଇଯାଇଥିଲା। ବର୍ଷା ଛାଡ଼ିଥିଲେ ପଡ଼ିଆ ଶୁଖାଇବାକୁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥା’ନ୍ତା। ଏପରିକି ୫ ଓଭର ବିଶିଷ୍ଟ ମ୍ୟାଚ୍‌ ଖେଳାଯିବାକୁ ଚିନ୍ତା କରାଯାଇଥିଲା। ହେଲେ ବାରମ୍ବାର ବର୍ଷା ହେବାରୁ ଶେଷରେ ଏହି ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଛି। ସୋମବାର ସନ୍ଧ୍ୟା ୭.୩୦ରୁ ମ୍ୟାଚ୍‌ ଆରମ୍ଭ ହେବ।

Related posts

ରୋହିତ:ଦିନିକିଆ କ୍ରିକେଟରେ ୮ ହଜାର ରନ୍ ପୂରଣ କଲେ

Odisha Sports Bureau

ଆନ୍ତଃ ରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Odisha Sports Bureau

ସୁରେଶ ରାଇନା ଏମିତି ହିଁ ହୋଇନାହାଁନ୍ତି ଭାରତର ପ୍ରଥମ ଏବଂ ଦୁୁନିଆର ତୃତୀୟ ବ୍ୟାଟ୍ସ୍ ମ୍ୟାନ୍

Odisha Sports Bureau