(ଆଡିଲେଡ): ଆଡିଲେଡରେ ଚାଲିଥିବା ଭରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳ ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ରଥମ ଇନିଂସରେ ଦଳ ଫେଲ ମାରିବା ପରେ ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆର ବ୍ୟାଟିଂ ବିପର୍ଯୟ ଘଟିଛି । ମାତ୍ର ୩୬ ରନରେ ଭାରତର ଦ୍ୱିତୀୟ ଇନିଂସ ଶେଷ ହୋଇଛି । ଏହାସହ ଅଷ୍ଟ୍ରୋଲିଆକୁ ୯୦ ରନର ଟାର୍ଗେଟ ଦେଇଛି ଭାରତ ।
ପ୍ରଥମ ଇନିଂସରେ ଭାରତ ୨୪୪ ରନରେ ଅଲଆଉଟ ହେବା ପରେ https://www.cialispascherfr24.com/peut-on-acheter-cialis-sans-ordonnance-en-pharmacie/ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। ୧୯୧ ରନରେ ଅଲଆଉଟ ହେବା ସହ ଟିମ ଇଣ୍ଡିଆଠୁ ୫୩ ରନରେ ପଛୁଆ ଥିଲା । ଅଧିନାୟକ ଟିମ୍ ପେନ ୯୯ ବଲରୁ ୧୦ ଚୌକା ସହ ୭୩ ରନର ଅପରାଜିତ ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ରବି ଚନ୍ଦ୍ରନ ଅଶ୍ୱିନ ୪ଟି ଓ୍ଵିକେଟ୍ ନେଇଥିବା ବେଳେ ଉମେଶ ଯାଦବ ୩ଟି ଓ ଯଶପ୍ରୀତ ବୁମରା ଦୁଇଟି ଓ୍ଵିକେଟ୍ ନେଇଥିଲେ। ଏହାପରେ ଭାରତ ଦ୍ୱିତୀୟ ଇନିଂସ ଖେଳ ଆରମ୍ଭ କରିଥିଲା । କିନ୍ତୁ ପ୍ରାରମ୍ଭରୁ ହିଁ ଭାରତୀୟ ବ୍ୟାଟ୍ସମ୍ୟାନ ମାନେ ଫେଲ ମାରିଥିଲେ । ଫଳରେ ଦଳ ମ।।ତ୍ର ୩୬ ରନ କରି ଅଲଆଉଟ ହୋଇଛି । ତେବେ ଦଳର କୌଣସି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରିନଥିଲେ । ପୃଥ୍ୱୀ ଶ ୪ରନ, ମୟଙ୍କ ଅଗ୍ରଓ୍ୱାଲ ୯ ରନ, ଚେତେଶ୍ୱର ପୂଜାରା ୦, ବିରାଟ କୋହଲି ୪, ଆଜିଙ୍କ୍ୟ ରାହାଣେ ୦, ହନୁମା ବିହାରୀ ୮ ରନ, ସପ୍ରିତ ବୁମରାହ ୨ ରନ କରି ପାଭିଲିଅନ ଫେରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜୋସ ହାଜେଲେଉଡ ୫ଟି ଓ ଓ୍ୱିକେଟ୍ ନେଇଥିବା ବେଳେ ପ୍ୟାଟ କ୍ୟୁମିନ୍ସ ୪ଟି ଓ୍ୱିକେଟ ନେଇଥିଲେ ।