Uncategorized

ଆଡିଲେଡ ଟେଷ୍ଟରେ ଭାରତର ଲଜ୍ଜାଜନକ ବ୍ୟାଟିଂ, ୩୬ରେ ଅଲଆଉଟ

(ଆଡିଲେଡ): ଆଡିଲେଡରେ ଚାଲିଥିବା ଭରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳ ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ରଥମ ଇନିଂସରେ ଦଳ ଫେଲ ମାରିବା ପରେ ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆର ବ୍ୟାଟିଂ ବିପର୍ଯୟ ଘଟିଛି । ମାତ୍ର ୩୬ ରନରେ ଭାରତର ଦ୍ୱିତୀୟ ଇନିଂସ ଶେଷ ହୋଇଛି । ଏହାସହ ଅଷ୍ଟ୍ରୋଲିଆକୁ ୯୦ ରନର ଟାର୍ଗେଟ ଦେଇଛି ଭାରତ ।

ପ୍ରଥମ ଇନିଂସରେ ଭାରତ ୨୪୪ ରନରେ ଅଲଆଉଟ ହେବା ପରେ https://www.cialispascherfr24.com/peut-on-acheter-cialis-sans-ordonnance-en-pharmacie/ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। ୧୯୧ ରନରେ ଅଲଆଉଟ ହେବା ସହ ଟିମ ଇଣ୍ଡିଆଠୁ ୫୩ ରନରେ ପଛୁଆ ଥିଲା । ଅଧିନାୟକ ଟିମ୍ ପେନ ୯୯ ବଲରୁ ୧୦ ଚୌକା ସହ ୭୩ ରନର ଅପରାଜିତ ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ରବି ଚନ୍ଦ୍ରନ ଅଶ୍ୱିନ ୪ଟି ଓ୍ଵିକେଟ୍ ନେଇଥିବା ବେଳେ ଉମେଶ ଯାଦବ ୩ଟି ଓ ଯଶପ୍ରୀତ ବୁମରା ଦୁଇଟି ଓ୍ଵିକେଟ୍ ନେଇଥିଲେ। ଏହାପରେ ଭାରତ ଦ୍ୱିତୀୟ ଇନିଂସ ଖେଳ ଆରମ୍ଭ କରିଥିଲା । କିନ୍ତୁ ପ୍ରାରମ୍ଭରୁ ହିଁ ଭାରତୀୟ ବ୍ୟାଟ୍ସମ୍ୟାନ ମାନେ ଫେଲ ମାରିଥିଲେ । ଫଳରେ ଦଳ ମ।।ତ୍ର ୩୬ ରନ କରି ଅଲଆଉଟ ହୋଇଛି । ତେବେ ଦଳର କୌଣସି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରିନଥିଲେ । ପୃଥ୍ୱୀ ଶ ୪ରନ, ମୟଙ୍କ ଅଗ୍ରଓ୍ୱାଲ ୯ ରନ, ଚେତେଶ୍ୱର ପୂଜାରା ୦, ବିରାଟ କୋହଲି ୪, ଆଜିଙ୍କ୍ୟ ରାହାଣେ ୦, ହନୁମା ବିହାରୀ ୮ ରନ, ସପ୍ରିତ ବୁମରାହ ୨ ରନ କରି ପାଭିଲିଅନ ଫେରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜୋସ ହାଜେଲେଉଡ ୫ଟି ଓ ଓ୍ୱିକେଟ୍ ନେଇଥିବା ବେଳେ ପ୍ୟାଟ କ୍ୟୁମିନ୍ସ ୪ଟି ଓ୍ୱିକେଟ ନେଇଥିଲେ ।

Related posts

ଟି୨୦ ବିଶ୍ୱକପ ପୂର୍ବରୁ ଆମେରିକା କ୍ରିକେଟ ଦଳକୁ ବଡ଼ ଝଟକା

Odisha Sports Bureau

ମନ୍ କି ବାତରେ ଓଡିଆ ଖେଳାଳିଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ

Odisha Sports Bureau

୬୭ତମ ସର୍ବଭାରତୀୟ ପୁଲିସ କୁସ୍ତି କ୍ଲଷ୍ଟରରେ ରବିଙ୍କୁ ସ୍ବର୍ଣ୍ଣ