More Sports

ଭାରତ ଜିତିଲା ରୋପ୍ୟ ପଦକ

ନାଇରୋବି: ନାଇରୋବିରେ ଚାଲିଥିବା ଅଣ୍ଡର-୨୦ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପରେ ଭାରତ ହାସଲ କରିଛି ଆଉ ଏକ ପଦକ । ୧୦ ହଜାର ମିଟର ରେସ ୱାକରେ ଭାରତର ଅମିତ ଐତିହାସିକ ରୋପ୍ୟ ପଦକ ଜିତିଛନ୍ତି । ମାତ୍ର ୪୨ ମିନିଟ ୧୭.୯୪ ସେକେଣ୍ଡରେ ସେ ଏହି ଦୂରତାକୁ ଅତିକ୍ରମ କରି ପାରିଥିଲେ । କୌଣସି ରେସ ୱାକରେ ଆଥଲେଟିକ୍ସର ଏହା ଭାରତ ପାଇଁ ପ୍ରଥମ ପଦକ ।
ଅକିତଙ୍କୁ ରୋପ୍ୟ ପଦକ ମିଳିଥିବା ବେଳେ କେନିୟାର ହେରିଷ୍ଟୋନ ୱନୟୋନିୟ ୪୨ ମିନିଟ ୧୦.୮୪ ସେକେଣ୍ଡରେ ୧୦ ହଜାର ମିଟର ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ସ୍ପେନ ଦେଶର ପଲ ମ୍ୟାଗ୍ରାଥ ୪୨ ମିନିଟ ୨୬.୧୧ ସେକେଣ୍ଡରେ ଏହାକୁ ଶେଷ କରି ଜିତିଛନ୍ତି ବ୍ରୋଞ୍ଜ ପଦକ ।

Related posts

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ଵର୍ଣ ହାତେଇଲେ ପିଭି ସିନ୍ଧୁ

Odisha Sports Bureau

ଜାତୀୟ ମାଷ୍ଟର୍ସ ଶକ୍ତି ଉତ୍ତୋଳନ ପାଇଁ ଓଡ଼ିଶା ଦଳ ଘୋଷିତ

ଷ୍ଟାଇରିଆନ୍ ଗ୍ରାଣ୍ଡ୍ ପ୍ରିକ୍ସ: ଲୁଇସ୍ ହାମିଲଟନଙ୍କ ୮୯ ତମ ପୋଲ ସ୍ଥିତି ହାସଲ