Cricket

ଧୋନି ଦେଲେ ଗାଭାସ୍କରଙ୍କ ଟି-ସାର୍ଟରେ ଅଟେଗ୍ରାଫ

ଚଳିତ ଆଇପିଏଲ କିଛି ନା କିଛି କଥାକୁ ନେଇ ଖେଳାଳୀ ହୁଅନ୍ତୁ କି ଟିମ ଚର୍ଚ୍ଚରେ ଅଛନ୍ତି ।ତେବେ ରବିବାର ଦିନ ଚିଦାମ୍ବରମ ଷ୍ଟାଡିୟମରେ ହୋଇଥିବା ମ୍ୟାଚ ଚେନ୍ନାଇ ହାରିବା ପରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଧୋନି ଷ୍ଟାଡିୟମରେ ଚକ୍କର ମାରିଥିଲେ ଚେନ୍ନାଇ ଉପସ୍ଥିତ ଥିବା ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇବା ପାଇଁ । ଆଉ ଏହି ସମୟରେ ସୁନୀଲ ଗାଭାସ୍କର ମଧ୍ୟ ଧୋନିଙ୍କ ପାଖକୁ ଦୌଡି ଯାଇଥିଲେ । ଅଟୋଗ୍ରାଫ ମାଗିଥିଲେ । ଧୋନି ପ୍ରଥମେ ଗାଭାସ୍କରଙ୍କ ଟି ସାର୍ଟରେ ଅଟୋଗ୍ରାଫ ଦେଇ ଆଲିଙ୍ଗନ କରିଥିଲେ ।

 


ତେବେ ଏହି ସମୟରେ କ୍ୟାମେରାମ୍ୟାନ, ଗ୍ରାଉଣ୍ଡଷ୍ଟାଫ ନିଜ ସାର୍ଟରେ ହସ୍ତାକ୍ଷର ପାଇଁ ଧୋନିଙ୍କ ସାମ୍ନାରେ ଲାଇନ୍ ହୋଇ ଠିଆ ହୋଇଥିଲେ । ଅଟୋଗ୍ରାଫ ଧୋନି ଦେବା ସମୟରେ ସେଠାରେ ଉପସ୍ଥିତ ଥିବା ପୋଲିସକର୍ମୀ ମଧ୍ୟ ଉତ୍ସାହିତ ନଜର ଆସିଥିଲେ । ଧୋନିଙ୍କ ସହିତ ସେଲଫି ନେଇଥିଲେ । ପୁରା ପଡିଆରେ ଧୋନିଙ୍କ ନାମରେ ନାରାବାଜୀ ଦେଉଥିଲେ ଫ୍ୟାନ୍ସ । ଆଉ ଧୋନି ଶେଷରେ ସମସ୍ତ ଫ୍ୟାନ୍ସଙ୍କୁ ଅଭିବାଦନ ଦେଇ ପାଭିଲିୟମ ଫେରିଯାଇଥିଲେ ।

 

Related posts

ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂର ଦିବାନା ଡି ଭିଲିୟର୍ସ

Odisha Sports Bureau

କ୍ରିକେଟର ବଶ୍ୱକପରେ ବଦଳିଲା କାର୍ଯ୍ୟସୂଚୀ; ଭାରତ-ପାକସ୍ତାନ ସମେତ ୯ ମ୍ୟାଚ ପରିବର୍ତ୍ତନ

Odisha Sports Bureau

ଆସନ୍ତାକାଲି ଆଇପିଏଲ ଫାଇନାଲରେ ମୁହାଁମୁହିଁ ହେବେ ଚେନ୍ନାଇ-ଗୁଜରାଟ