ନୂଆଦିଲ୍ଲୀ: ଆଗାମୀ ଆଇପିଏଲ ସିଜନ ପାଇଁ ଅହମ୍ମଦାବଦ ରିଟେନ କରିଛି ନିଜର ପ୍ରଥମ ୩ ପସନ୍ଦ ଖେଳାଳି । ପ୍ରଥମ ଦୁଇ ଖେଳାଳିଙ୍କୁ ୧୫ କୋଟି ଟଙ୍କାରେ ଦଳରେ ସାମିଲ କରିଥିବା ବେଳେ ତୃତୀୟ ପଦନ୍ଦ ଖେଳାଳିଙ୍କ ପାଇଁ ୭ କୋଟି ଟଭ୍କା ଖର୍ଚ୍ଚ କରିଛି ଏହି ଫ୍ରାଞ୍ଚାଇଜି । ଏମାନଭ୍କୁ ମଧ୍ୟରୁ ଭାରତର ଦୁଇ ଯୁବ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ଏମାନଙ୍କ ମଧ୍ୟରେ ଜଣେ ଦଳର ନେତୃତ୍ୱ ନେବେ ବୋଲି ଚର୍ଚ୍ଚା ଜୋର ଧରିଛି ।
Hardik Pandya, Rashid Khan and Shubman Gill are set to be the Ahmedabad franchise’s picks ahead of the #IPL2022 auction, with Hardik expected to take charge as captain of the new team pic.twitter.com/2JODvtipNo
— ESPNcricinfo (@ESPNcricinfo) January 17, 2022
ସୂଚନା ଅନୁସାରେ ଅହମ୍ମଦାବାଦ ଫ୍ରାଞ୍ଚାଇଜି ଆଇପିଏଲ-୨୦୨୨ ପାଇଁ ଭାରତୀୟ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଥମ ପସନ୍ଦ ଭାବେ ଦଳରେ ସାମିଲ କରିଛି । ତେଣୁ ହାର୍ଦ୍ଦିକଙ୍କୁ ଆଗାମୀ ସିଜନରୁ ଦଳର ନେତୃତ୍ୱଭାର ଦିଆଯିବାର ସମ୍ଭାବନା ରହିଛି । ହାର୍ଦ୍ଦିକଙ୍କ ପରେ ଆଫଗାନିସ୍ତାନର ଷ୍ଟାର ସ୍ପିନର ରାଶିଦ ଖାନଙ୍କୁ ଆଇପିଏଲ-୨୦୨୨ ପାଇଁ ଚୁକ୍ତି କରିଛି ଅହମ୍ମଦାବାଦ ଫ୍ରାଞ୍ଚାଇଜି । ତେବେ ମେଗା ଅକ୍ସନ ପୂର୍ବରୁ ରାଶିଦଙ୍କୁ ଛାଡି ଦେଇଥିଲା ପୂର୍ବତନ ଟିମ ସନରାଇଜର୍ସ ହାଇଦ୍ରାବାଦ । ସେହିପରି କୋଲକାତାର ଯୁବ ଓପନର ଶୁଭମନ ଗିଲଙ୍କୁ ୭ କୋଟି ଟଙ୍କାରେ ଅହମ୍ମଦାବାଦ ନିଜ ଦଳକୁ ଆଣିଛି । ଏଥିସହ ଫ୍ରାଞ୍ଚାଇଜି ନିଜର କୋଚିଂ ଷ୍ଟାଫଙ୍କୁ ମଧ୍ୟ ଚୂଡାନ୍ତ ରୂପ ଦେଇଛି। ଭାରତର ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରା ଏବଂ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟସମାନ ତଥା ମୁଖ୍ୟ କୋଚ୍ ଗ୍ୟାରି କର୍ଷ୍ଟନ ଦଳର କୋଚିଂ ଷ୍ଟାଫର ନେତୃତ୍ଵ ନେବେ। ଇଂଲଣ୍ଡର ପୂର୍ବତନ ବ୍ୟାଟସମ୍ୟାନ ବିକ୍ରମ ସୋଲାଙ୍କି ଦଳର ନିର୍ଦ୍ଦେଶକ ରହିବେ।