More Sports

ବିନା ହାତରେ ସ୍ନୁକର ଗେମ୍ ଜିତି ଉତ୍ସାହ ଦେଖାଇଲେ ଇକ୍ରାମ

(ଓଡିଶା ସ୍ପୋର୍ଟସ୍): ମହମ୍ମଦ ଇକ୍ରାମ ରବିବାର ଦିନ ପାକିସ୍ତାନର ପଞ୍ଜାବ ପ୍ରଦେଶର ସାମୁଣ୍ଡାରୀ ସହରର ଏକ ସ୍ଥାନୀୟ କ୍ଲବରେ ସ୍ନୁକର ଖେଳୁଛନ୍ତି । ଇକ୍ରାମ କ୍ୟୁ ଷ୍ଟିକ୍ ବିନା ଖେଳନ୍ତି ଏବଂ ସେ ନିଜ ଥୋଡି ସହିତ ବଲ୍ (କ୍ୟୁ ବଲ୍) କୁ ହିଟ୍ କରି ଏହାକୁ ଆୟତ୍ତ କରିଥାନ୍ତି । ଇକ୍ରାମ କହିଛନ୍ତି ଯେ ଭଗବାନ ମୋତେ ହାତ ଦେଇ ନାହାଁନ୍ତି କିନ୍ତୁ ଆତ୍ମା ଦେଇଛନ୍ତି ଯାହା ମୁଁ ମୋର ସ୍ୱପ୍ନକୁ ପୂରଣ କରିବା ପାଇଁ ବ୍ୟବହାର କରିପାରିବି । ବିନା ହାତରେ ଜନ୍ମ ହୋଇଥିବା ଇକ୍ରାମ ପ୍ରଥମେ ଦଶ ବର୍ଷ ବୟସରେ ପୁଲ୍ ଟେବୁଲରେ ଖେଳିଥିଲେ । ସେବେଠାରୁ ଖେଳ ତାଙ୍କ ମନରେ ସ୍ଥିର ହେଲା ଏବଂ ସେ ସର୍ବଦା ଏହାକୁ ବିନା ହାତରେ ଜାରି ରଖିବାକୁ ଚାହିଁଲେ ।ଇକ୍ରାମ କେବଳ ଏହି କ୍ଲବରେ ଖେଳନ୍ତି । ସେ ତିନୋଟି ସ୍ଥାନୀୟ ପ୍ରତିଯୋଗିତାରେ ମଧ୍ୟ ଜିତିଛନ୍ତି । ଇକ୍ରାମ କହିଛନ୍ତି ଯେ ‘ମୁଁ ଏପରି ଅନେକ ସ୍ନୁକର ଖେଳାଳିଙ୍କୁ ଭେଟିଛି ଯେଉଁମାନେ କୁହନ୍ତି ଯେ ମୁଁ ବହୁତ ଭଲ ଖେଳେ ଏବଂ ମୁଁ ପାକିସ୍ତାନ ପାଇଁ ବହୁତ ଭଲ କରିପାରେ । ମୁଁ ଆଶା କରୁଛି ଯେ ମୁଁ ଦେଶ ବାହାରେ ଯାଇ ଅନ୍ୟ ଲୋକଙ୍କ ସାମ୍ନାରେ ଖେଳିପାରିବି । ସ୍ନୁକର ପାରାଲିମ୍ପିକ୍ ଗେମ୍ସର ଏକ ଅଂଶ ଥିଲା କିନ୍ତୁ ୧୯୮୮ ରେ ଏହାକୁ ବାହାର କରିଦିଆଯାଇଥିଲା ।

Related posts

ରେସଲିଙ୍ଗ ଆସୋସିଏସନର ରାଜ୍ୟ ସ୍ତରୀୟ ମୁକାବିଲା

ଅସ୍ତ୍ରବିରତିକୁ ନେଇ ଭାରତ- ପାକିସ୍ତାନ ସହମତ

Odisha Sports Bureau

ଆସନ୍ତା ବର୍ଷ ପାଇଁ ସ୍ଥଗିତ ରଖାଯାଇପାରେ ଟୋକିଓ ଅଲିମ୍ପିକ-୨୦୨୦

Odisha Sports Bureau

Leave a Comment