More Sports

ଏସିଆନ କୁସ୍ତି ଚମ୍ପିୟାନସିପରେ ଭାଗ ନେବେନି ଚୀନ

(ଓଡ଼ିଶା ସ୍ପୋର୍ଟ): ଆଜି ଠାରୁ ଏସିଆନ କୁସ୍ତି ଚମ୍ପିୟାନସିପ ଆରମ୍ଭ ହୋଇଛି । କିନ୍ତୁ ଏହି ଚମ୍ପିୟାନସିପରେ ଚୀନ ପହିଲଵାନ ମାନେ ଭାଗ ନେଇପାରିବେନି । କାରଣ କରୋନା ଭାଇରସ ସଂକ୍ରମଣ କାରଣରୁ ହିଁ ଭାରତ ସରକାର ଚୀନ ଖେଳାଳି ମାନଙ୍କୁ ଭିସା ଜାରି କରିନାହାନ୍ତି । ଭାରତ ରାଷ୍ଟ୍ରୀୟ ମହାସଂଘର ଜଣେ ଶୀର୍ଷ ଅଧିକାରୀ ଏବାବଦରେ ସ୍ପଷ୍ଟୀକରଣ ଦେଇଛନ୍ତି । ସୋମବାର ଭାରତୀୟ କୁସ୍ତି ମହାସଂଘର ସହାୟକ ସଚିବ ବିନୋଦ ତୋମାର ହିଁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତିକି ଚୀନ ଦେଶର ୪୦ ସଦସ୍ୟ ବିଶିଷ୍ଟ ଦଳକୁ ଭିଜା ଦେବାକୁ ସ୍ପଷ୍ଟ ଭାବେ ମନାକରି ଦିଆଯାଇଛି । ତୋମାର ଆହୁରି ମଧ୍ୟ କହିଛନ୍ତିକି ସରକାର ଚୀନ ଦଳକୁ ମନାକରିଦେବାରୁ ହିଁ ଏହି ଦଳ ଚମ୍ପିୟାନ ସିପରେ ଭାଗ ନେଇପାରିବେ ନାହିଁ । ପୂରା ବିଶ୍ୱ ବର୍ତ୍ତମାନ ସମୟରେ କରୋନା ଭାଇରସକୁ ନେଇ ଭୟବିତ ଥିବା ବେଳେ ଖେଳାଳି ମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ହିଁ ସରକାରଙ୍କ ତରଫରୁ ଏପରି ନିଷ୍ପତି ନିଆଯାଇଥିବା ସେ କହିଛନ୍ତି । କହିରଖିବା ଉଚିତ ହେବକି ଭାରତ ସରକାର ସଂକ୍ରମଣ ଭୟରେ ଚୀନ ନାଗରିକଙ୍କ ପାଇଁ ଇ- ଭିସା ସୁବିଧା ବି ବନ୍ଦ କରିଦେଇଥିଲେ । ଖବର ଅନୁଯାୟୀ ଏହି ଜୀବାଣୁ କାରଣରୁ ଏଯାବତ ପ୍ରାୟ ୧୬୦୦ ରୁ ଆଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି ।

Related posts

ଆନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ: ଏହି ବିଶେଷ ଦିନର ଗୁରୁତ୍ୱ ଏବଂ ଇତିହାସ ସହିତ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଶିଖନ୍ତୁ

ମିଷ୍ଟର ସାଉଥ ଏସିଆ ଟାଇଟଲ ହାସଲ କଲେ ବଡ଼ିବିଲ୍ଡର ରବିନ୍ଦର କୁମାର

ଓପନ ଟିଟି ଟାଇଟଲ୍ ଜିତିଲେ ହରମୀତ ଦେଶାଇ

Odisha Sports Bureau

Leave a Comment