More Sports

ତାମିଲନାଡୁର ଗୁକେଶ ହେଲେ ବିଶ୍ୱର ଦ୍ୱିତୀୟ ଏବଂ ଭାରତର ସବୁଠାରୁ ଯୁବା ଗ୍ରାଣ୍ଡ୍ ମାଷ୍ଟର

(ଓଡିଶା ସ୍ପୋର୍ଟ): ତାମିିଲନାଡୁର ଡି ଗୁକେଶ ବିଶ୍ୱର ଦ୍ୱିତୀୟ ଏବଂ ଭାରତା ସବୁଠାରୁୁ ଯୁବା ଗ୍ରାଣ୍ଡ୍ ମାଷ୍ଟର ହୋଇଛନ୍ତି । ଗୁକେଶ ମଙ୍ଗଳବାର ଦିନକୁ ୧୨ ବର୍ଷ ୭ ମାସରେ ଏହି ପଦ ହାସଲ କରିଛନ୍ତି । ସେ ନିଜ ରାଜ୍ୟର ଆର. ପ୍ରାଗନନ୍ଦାଙ୍କ ରେକର୍ଡ ଭାଙ୍ଗିଛନ୍ତି ଯିଏ ଗତବର୍ଷ ଜୁନ୍ରେ ଗ୍ରାଣ୍ଡ ମାଷ୍ଟର ହୋଇଥିଲେ । ଗୁକେଶ ୧୭ତମ ଦିଲ୍ଲୀ ଅନ୍ତରାଷ୍ଟ୍ରିୟ ଓପନ ଶତରଞ୍ଜ ଟୁର୍ଣ୍ଣାମେଣ୍ଟରେ ନବେ ପାରିରେ ହମବତନ ଡିକେ ଶର୍ମାଙ୍କୁ ହରାଇ ନିଜର ତୃତୀୟ ଏବଂ ଶେଷ ଗ୍ରାଣ୍ଡ୍ ମାଷ୍ଟର ବିଜୟ ହାସଲ କରିଛନ୍ତି ।

ଦୁନିଆର ସବୁଠାରୁ ଯୁବା ଗ୍ରାଣ୍ଡ୍ ମାଷ୍ଟରର ରେକର୍ଡ ୟୁୁକ୍ରେନ୍ ର ସର୍ଗେଇ କାର୍ଜାକିନଙ୍କ ନାମରେ ରହିଛି । ସେ ୨୦୦୨ ମସିହାରେ ୧୨ ବର୍ଷ ୭ ମାସରେ ଏହି ରେକର୍ଡ ହାସଲ କରିଥିଲେ । ଗତବର୍ଷ ଡିସେମ୍ବରରେ ଗୁକେଶ ଏହି ରେକର୍ଡ କରିବାରେ ବିଫଳ ହୋଇଥିଲେ । ସେତେବେଳେ ସେ ବର୍ଷିଲୋନାରେ ତୃତୀୟ ପାଳିରେ ହାରିଯାଇଥିଲେ । ସେ କହିଥିଲେ ‘ମୁଁ ଗ୍ରାଣ୍ଡ୍ ମାଷ୍ଟର ର ହୋଇ ବହୁତ ଖୁସି ଏବଂ ଉତ୍ସାହିତ । ମୋତେ ଖୁସି ଏଥିପାଇଁ ଲାଗୁଛି କି ମୁଁ ତୃତୀୟ ଗ୍ରାଣ୍ଡ୍ ମାଷ୍ଟର ପଦ ହାସଲ କରିଛି । ମୁଁ ଭବିଶ୍ୟତରେ ଆନନ୍ଦ ସାର୍ (ବିଶ୍ୱନାଥ ଆନନ୍ଦ)ଙ୍କ ବିପକ୍ଷରେ ଖେଳିବା ପାଇଁ ଚାହିଁବି ।’

Related posts

ଅଲିମ୍ପିକ୍‌ ଯୋଗ୍ୟତାରୁ ଅଳ୍ପକେ ବଞ୍ଚିତ ହେଲେ ଜ୍ୟୋତି

Odisha Sports Bureau

ଓଡ଼ିଆ ଝିଅ ଦୂତୀଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ଏସୀୟ ଦୌଡ଼କୁଦ ଫାଇନାଲରେ ଭାରତକୁ ନିରାଶ କଲେ ଦୂତୀ

Odisha Sports Bureau