ଦୁବାଇ: ଆସନ୍ତା ଟି ଟ୍ୱେଣ୍ଟି ବିଶ୍ୱକପ ପାଇଁ ଥିମ ସଙ୍ଗ ଜାରି କରିଛି ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ (ICC) । ଅକ୍ଟୋବର ୧୭ ତାରିଖରୁ ଓମାନ ଏବଂ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ତେଣୁ ଏନେଇ କ୍ରିକେଟପ୍ରେମୀ ମାନଙ୍କର ଖୁବ ଉତ୍ସାହ ଦେଖିବାକୁ ମିଳିଛି ।
🎵 Let the world know,
This is your show 🎵Come #LiveTheGame and groove to the #T20WorldCup anthem 💃🕺 pic.twitter.com/KKQTkxd3qw
— ICC (@ICC) September 23, 2021
ଏହା ମଧ୍ୟରେ ICC ବିଶ୍ୱକପ ପାଇଁ ଥିମ ସଙ୍ଗ ଜାରି କରି ସାରିଛି । ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ଅମିତ ତ୍ରିବେଦୀଙ୍କ ନିର୍ଦ୍ଦେଶନାରେ ଏହି ଆନିମେଟେଡ ଫିଲ୍ମ ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମରେ ବହୁ ଯୁବ ପ୍ରଶଂସକଙ୍କ ସମେତ କିଛି ନାମୀ ଖେଳାଳୀମାନଙ୍କୁ ସ୍ଥାନ ଦିଆଯାଇଛି । ଏମାନଙ୍କ ମଧ୍ୟରେ ଭାରତୀୟ ଅଧିନାୟକ ବିରାଟ କୋହଲୀ ଏବଂ ୱେଷ୍ଟଇଣ୍ଡିଜ ଅଧିନାୟକ କାଏରନ ପୋଲାର୍ଡଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏ ଦୁହିଁଙ୍କ ବ୍ୟତୀତ ଅଷ୍ଟ୍ରେଲିୟ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଏବଂ ଆଫଗାନିସ୍ତାନର ରାଶିଦ ଖାନଙ୍କୁ ଏହି ଆନିମେଟେଡ ଫିଲ୍ମରେ ସ୍ଥାନିତ କରାଯାଇଛି ।