Cricket

ଆଜି ଘୋଷଣା ହେବ ଭାରତୀୟ ଟିମ

ମୁମ୍ବାଇ: ଶେଷ ହୋଇଛି ଅପେକ୍ଷା । ଆଉ ମାତ୍ର କେଇଟା ଘଣ୍ଟା ପରେ ବିସିସିଆଇ ତରଫରୁ ଘୋଷଣା ହେବ ଭାରତୀୟ ବିଶ୍ୱକପ ଟିମର ଫାଇନାଲ ଲିଷ୍ଟ । ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଆଜି ଘୋଷଣା ହେବାକୁ ଯାଉଛି ୧୫ ଜଣିଆ ଭାରତୀୟ ଦଳ । ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ମୁମ୍ବାଇର ବିସିସିଆଇ ହେଡ ଅଫିସରେ ହେବାକୁ ଥିବା ଏହି ଚୟନ କମିଟି ତରଫରୁ ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଦଳ ଘୋଷଣା କରାଯିବ । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ଚୟନ କମିଟି ସଂଯୋଜକ ଜୟ ଶାହାଙ୍କ ବ୍ୟତୀତ ମାଞ୍ଚେଷ୍ଟରରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲୀ ମଧ୍ୟ ଏହି ବୈଠକରେ ଯୋଗ ଦେବେ ।
ଆସନ୍ତା ବିଶ୍ୱକପ ପାଇଁ ସମସ୍ତ ଦଳଗୁଡିକୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ଶେଷ ତାରିଖ ଦିଆଯାଇଛି । ତେବେ ଭାରତ ଆଜି ନିଜର ଦଳ ଘୋଷଣା କରିବ । ଏହାସହିତ ନିୟମ ଅନୁସାରେ ୫ ଜଣ ଖେଳାଳୀଙ୍କୁ ରିଜର୍ଭ ଭାବେ ଟିମରେ ସାମିଲ କରାଯାଇପାରେ । ଶ୍ରୀଲଙ୍କା ଗସ୍ତରେ ଭଲ ପାଳି ଖେଳିଥିବା ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ ଚୟନକର୍ତ୍ତାଙ୍କ ନଜରରେ ରହିଛନ୍ତି । ସେହିପରି ସଞ୍ଜୁ ସାମସନ, ଯୁବ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବଂ ରାହୁଲ ଚହର ଦଳରେ ରିଜର୍ଭ ଖେଳାଳୀଭାବେ ଯୋଗ ଦେଇ ପାରନ୍ତି । ତେବେ ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶାର୍ଦ୍ଦୁଳ ଠାକୁରଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡିଛି ବିସିସିଆଇ । ଅନ୍ୟ ପକ୍ଷରେ ସୂର୍ଯ୍ୟକୁମାର ଯାଦବ ଏବଂ ଶ୍ରେୟସ ଅୟରଙ୍କ ସ୍ଥାନ ଏକ ପ୍ରକାର ସ୍ପଷ୍ଟ ରହିଛି । ତେବେ ଆଘାତ ଜନିତ ସମସ୍ୟା ପାଇଁ ଅନ୍ୟତମ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ବିଶ୍ୱକପରୁ ବାଦ ପଡି ପାରନ୍ତି । ସେହିପରି ଅଭିଜ୍ଞ ଓପନର ଶିଖର ଧୱନ ବିଶ୍ୱକପରେ ସ୍ଥାନ ପାଇବାର ଆଶା କ୍ଷୀଣ ରହିଛି । ତେବେ ଭୁବନେଶ୍ୱର କୁମାର, ଜଶପ୍ରୀତ ବୁମରାହ ଏବଂ ମହମ୍ମଦ ଶାମୀ ବୋଲିଂର ପ୍ରମୁଖ ଅସ୍ତ୍ର ରହିବେ ।

ସମ୍ଭାବିତ ଟିମ- ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା ( ଉପ-ଅଧିନାୟକ ), କେଏଲ୍ ରାହୁଲ, ସୁର୍ୟ୍ୟକୁମାର ଯାଦବ, ରିଷଭ ପନ୍ଥ (ଓ୍ୱିକେଟ୍ କିପର ), ରବିନ୍ଦ୍ର ଜାଡ଼େଜା, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସାମି, ଜସପ୍ରୀତ ବୁମରାହ, ଦୀପକ ଚହର, ଯୁଜବେନ୍ଦ୍ର ଚହଲ, ଶ୍ରେୟସ ଆୟର, ଇଶାନ କିଷାନ(ଓ୍ୱିକେଟ୍ କିପର ), ଭୁବନେଶ୍ୱର କୁମାର, ଶର୍ଦ୍ଦୁଲ ଠାକୁର

Related posts

T-20 ପରେ ଆଇପିଏଲ୍‌ରୁ ବିଦାୟ ନେବେ କି ହିଟ୍‌ମ୍ୟାନ୍ ?

ଘରୋଇ କ୍ରିକେଟରୁ ଅବସର ନେଲେ ସୁରେଶ ରୈନା

Odisha Sports Bureau

ହରିୟାଣା ବିପକ୍ଷ ରେ ଶତକ ହାସଲ କଲେ ଅନୁରାଗ

Odisha Sports Bureau