Cricket

ଶ୍ରେୟସଙ୍କ ହ୍ୱାଟ୍ସଆପ ଡିପି କନେକ୍ସନ

କାନପୁର: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକ ହାସଲ କରିବା ପରେ ଡେବ୍ୟୁଟାଣ୍ଟ ଶ୍ରେୟସଙ୍କୁ ନେଇ ଆସିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଶ୍ରେୟସଙ୍କର ଟେଷ୍ଟ ଖେଳିବା ସହ ହ୍ୱାଟ୍ସଆପର ରହିଛି ଏକ ଖାସ ସମ୍ବନ୍ଧ । ହ୍ୱାଟ୍ସଆପ ଡିପିକୁ ଦେଖି ଟେଷ୍ଟ ଖେଳିବା ପାଇଁ ପ୍ରେରଣା ପାଉଥିଲେ ଶ୍ରେୟସ ।

Shreyas Iyer's father kept son's photo holding Border-Gavaskar Trophy as  WhatsApp DP for four years, here's why | Cricket - Hindustan Times
ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଡେବ୍ୟୁ କରି ଶ୍ରେୟସ ଅୟର ଶତକ ହାସଲ କରିଛନ୍ତି । ତେବେ ଟେଷ୍ଟ ଖେଳିବା ତାଙ୍କର ଥିଲା ଲକ୍ଷ୍ୟ । ଶ୍ରେୟସଙ୍କ ଶତକରେ ପିତା ଖୁବ ଖୁସି ବ୍ୟକ୍ତ କରିଛନ୍ତି । ପିତା ସବୁବେଳେ ଚାହୁଁଥିଲେ ଯେ ଶ୍ରେୟସ ଭାରତ ପାଇଁ ଟେଷ୍ଟ ଖେଳୁ । ତେଣୁ ବର୍ଡର ଗାଭାସ୍କର ଟ୍ରଫି ସହ ଶ୍ରେୟସଙ୍କ ଫଟୋକୁ ହ୍ୱାଟ୍ସଆପ ଡିପିେ ରଖିଥିଲେ ଶ୍ରେୟସଙ୍କ ବାପା । ସେ ଗତ ୪ ବର୍ଷ ହେବ ବର୍ଡର-ଗାଭାସ୍କର ଟ୍ରଫି ସହ ଆୟରଙ୍କ ଫଟୋକୁ ତାଙ୍କ ହ୍ବାଟସ ଆପ୍ ଡିପିରେ ରଖିଛନ୍ତି । ଯାହା ଫଳରେ ଆୟର ସେହି ଫଟୋକୁ ଦେଖି ଟେଷ୍ଟ କ୍ରିକେଟ ଖେଳିବା ପାଇଁ ପ୍ରେରଣା ପାଇଥାନ୍ତି ।


୨୦୧୭ରେ ଅଷ୍ଟ୍ରେଲିଆରେ ବିରାଟ କୋହଲିଙ୍କ ବ୍ୟାକଅପ ଖେଳାଳି ଭାବରେ ଆୟରଙ୍କୁ ଦଳରେ ସାମିଲ କରାଯାଇଥିଲା । ତେବେ ଏହି ସିରିଜରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରି ବର୍ଡର ଗାଭାସ୍କର ଟ୍ରଫି ଜିତି ବର୍ଡର-ଗାଭାସ୍କର ଟ୍ରଫି ସହ ଫଟୋ ଉଠାଇଥିଲେ ଆୟର । ସେହି ଫଟୋକୁ ଶ୍ରେୟାସଙ୍କ ପିତା ୪ ବର୍ଷ ଧରି ହ୍ବାଟସଆପରେ ଡିପି ରଖିଥିଲେ । ଆୟରଙ୍କୁ ଟେଷ୍ଟ କ୍ରିକେଟ ଖେଳିବା ପାଇଁ ପ୍ରେରିତ କରିବା ପାଇଁ ଲଗାତର ଭାବରେ ଏହି ଡିପି ରଖିଥିଲେ ତାଙ୍କ ପିତା । ସେ ଆହୁରି କହିଛନ୍ତି କି ମୁଁ ଶ୍ରେୟସଙ୍କ ସହ ସବୁବେଳେ ଟେଷ୍ଟ କ୍ରିକେଟକୁ ନେଇ ଆଲୋଚନା କରିଥାଏ । ଆଉ ସେ ସବୁବେଳେ କୁହେ କି ମୁଁ ବହୁତ ଶୀଘ୍ର ଭାରତୀୟ ଟେଷ୍ଟ ଦଳରେ ଖେଳିବି । ତେବେ ତାଙ୍କ ସ୍ୱପ୍ନ ଆଜି ପୂରଣ ହୋଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ମଧ୍ୟ କୋହଲୀଙ୍କ ସ୍ଥାନରେ ସୁଯୋଗ ପାଇଛନ୍ତି ଶ୍ରେୟସ ଆୟର । ଯେଉଁଥିରେ ସେ ଦମଦାର ଶତକ ସହ ଟେଷ୍ଟ ଟିମରେ ଗ୍ରାଣ୍ଡ ଏଣ୍ଟ୍ରି ମାରିଛନ୍ତି ।

IND vs NZ: Shreyas Iyer slams century on Test debut, joins Ganguly, Sehwag  and Rohit in elite list of Indian batters | Cricket - Hindustan Times

India vs New Zealand: Shreyas Iyer & Ravindra Jadeja's Century Stand Puts  India on Top Against New Zealand in Kanpur on Day 1
ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଟିମ ଇଣ୍ଡିଆ ପକ୍ଷରୁ ଶ୍ରେୟସ ଆୟର ଶତକ ହାସଲ କରିଛନ୍ତି । କାନପୁରରେ ଚାଲୁଥିବା ପ୍ରଥମ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ । ତେବେ ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ସିନିୟର ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା ଓ ଅଧିନାୟକ ଆଜିଙ୍କେ ରାହାଣେ କିଛି କମାଲ କରିପାରିନଥିଲେ । କିନ୍ତୁ ପଦାର୍ପଣ ମ୍ୟାଚରେ ଶତକ ହାସଲ କରି ଭାରତ ପାଇଁ ସଙ୍କଟମୋଚକ ସାଜିଥିଲେ ଶ୍ରେୟସ ଆୟର ।

Related posts

BCCI ତରଫରୁ ସଚିନଙ୍କୁ ‘ଗୋଲ୍ଡେନ୍ ଟିକେଟ’

Odisha Sports Bureau

ଧୋନି ନେଇପାରନନ୍ତି ଆଇପିଏଲରୁ ସନ୍ନ୍ୟାସ!

ଗୁପଚୁପ ବିକାଳିରୁ ଷ୍ଟାର କ୍ରିକେଟର : ଯଶସ୍ୱୀ ଜୟସ୍ୱାଲ