Cricket

ପ୍ରଧାନମନ୍ତ୍ରୀଙ୍କୁ ବିସିସିଆଇ ଅଧ୍ୟକ୍ଷ ଓ ସଚିବ ଦେଲେ ସ୍ୱତନ୍ତ୍ର ଉପହାର

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତି ଟିମ ଇଣ୍ଡିଆ ସ୍ୱଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆବାସରେ ମୋଦୀଙ୍କ ସହ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲେ ବିଶ୍ୱବିଜୟୀ ଦଳ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଖେଳାଳିମାନଙ୍କୁ ଭେଟିବା ସହ ପ୍ରଶଂସା କରିଛନ୍ତି । ଖେଳାଳି ଏବଂ କୋଚଙ୍କ ବ୍ୟତିତ ବିସିସିଆଇ ଅଧ୍ୟକ୍ଷ ଏବଂ ସଚିବ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ଅବସରରେ ବିସିସିଆଇ ପକ୍ଷରୁ ଏକ ଖାସ ଉପହାର ପିଏମ ମୋଦୀଙ୍କୁ ଦିଆଯାଇଥିଲା ।
ଭାରତୀୟ ଟିମ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଏଆଇସି ୨୪ ଡବଲ୍ୟୁସି ଏୟାର ଇଣ୍ଡିଆ ଚାମ୍ପିୟନ୍ସ ୨୪ ବିଶ୍ୱକପ ଗତକାଲି ଭାରତୀୟ ସମୟ ସକାଳ ୪ଟା ୫୦ ମିନିଟରେ ବାର୍ବାଡୋସରୁ ଉଡାଣ ଭରିଥିଲା । ୧୬ ଘଣ୍ଟାର ଯାତ୍ରା ପରେ ଆଜି ଭାରତୀୟ ସମୟ ସକାଳେ ୬ଟାରେ ଦିଲ୍ଲୀରେ ପହଞ୍ଚିଥିଲେ । ଏହାପରେ ସମସ୍ତ ଖେଳାଳି ଓକୋଚ ପ୍ରଧାନମନ୍ତ୍ରୀ ଆବାସ ଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ । ଏହି ସମୟରେ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଏବଂ ସଚିବ ଜୟ ଶାହ ପ୍ରଧାନମନ୍ତ୍ରୀଙ୍କୁ ଟିମ ଇଣ୍ଡିଆର ଏକ ଖାସ ଜର୍ସି ଉପହାର କରିଥିଲେ । ଯେଉଥିରେ ନାଁ ସ୍ଥାନରେ ନମୋ ଲେଖାଯିବା ସହ ଜର୍ସି ନମ୍ବର ୧ ଲେଖାଯାଇଛି ।

Related posts

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଭାରତୀୟ ଓ ଅଷ୍ଟ୍ରେଲିଆ କ୍ରିକେଟର

ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତ ୨୪୪ ରନ୍‌ ଆଗରେ ରହିଛି

ଇତିହାସ ରଚିଲେ ରବିନ୍ଦ୍ର ଜାଡେଜା; ୱାନଡେ କ୍ରିକେଟରେ ଏଭଳି ସଫଳତା କରିଛନ୍ତି ଯାହା ଅନ୍ୟ କେହି କରିପାରିନାହିଁ

Odisha Sports Bureau